-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ସ୍ଥିତ କର୍ମଚାରୀ କଲୋନୀ ଠାରେ ଏକ ନୂତନତ୍ବର ସନ୍ଧାନରେ ମଧ୍ୟରାତ୍ରରେ କର୍ମଚାରୀ ବୃନ୍ଦ ନୂତନବର୍ଷ ୨୦୨୫ କୁ ସ୍ୱାଗତ ଜଣାଇବା ଦେଖିବାକୁ ମିଳିଥିଲା। ବିଭିନ୍ନ ସାଜସଜ୍ଜାରେ ଏକ ମଞ୍ଚ ପ୍ରକୃତ କରି ସମ୍ୱଲପୁରୀ ଗୀତର ତାଳେତାଳେ ବିଭିନ୍ନ ଅଙ୍ଗଭଙ୍ଗୀର ନୃତ୍ୟ ପରିବେଷଣ କରି ସମସ୍ତ କର୍ମଚାରୀ ବୃନ୍ଦ ନିଜକୁ ହଜାଇ ଦେଇଥିଲେ। ନୂତନ ଆଶା ଉଦ୍ଦିପନାକୁ ପାଥେୟ କରି ଏକ ସ୍ୱରରେ ୨୦୨୪ କୁ ଫୋପାଡି ୨୦୨୫ କୁ ଆଲିଙ୍ଗନ କରିବା ସହ ଶୁଭେଚ୍ଛାର ବାର୍ତ୍ତା ବହନକରି ରାତ୍ରରେ ଭୋଜିଭାତ ଆସରରେ ମସଗୁଲ ହୋଇ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା.ପୂର୍ଣ୍ଣ ଶଙ୍କର ମେହେର ଏବଂ ତାଙ୍କ ସହଧର୍ମିଣୀ ଡ଼ା.ମିନାକ୍ଷୀ ମେହେର ଯୋଗଦାନ କରି କର୍ମଚାରୀ ବୃନ୍ଦଙ୍କୁ ବେଶ ଉତ୍ସାହିତ କରିଥିଲେ। ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରୁ ଆସୁଛୁ ବୋଲି ଆୟୋଜକ ଶ୍ରୀଯୁକ୍ତ ରାକେଶ ଷାଣ୍ଢ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।