-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସାରା ଓଡ଼ିଶାର ଗାୟତ୍ରୀ ପରିବାରୁ ନେଇ ୧୦୮ କୁଣ୍ଡୀୟ ରାଷ୍ଟ୍ର ଜାଗରଣ ଗାୟତ୍ରୀ ମହାଯଜ୍ଞ ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନର ବିରାଟ ପଡ଼ିଆରେ ଆଜି ଠାରୁ ପାଳନ କରାଯାଉଥିବା ବେଳେ, ସକାଳ ୧୦ ଘଟିକା ସମୟରେ ସ୍ଥାନୀୟ ଜମିଦାର ପୋଖରୀରେ ୩୩ କୋଟି ଦେବାଦେବୀଙ୍କୁ ଆବାହନ କରି ପୂର୍ଣ୍ଣ ଜଳ କଳସ ଯାତ୍ରା ମହା ସମାରୋହରେ ପାଳିତ ହୋଇଯାଇଛି।ସହରରେ ବସବାସ କରୁଥିବା ଲୋକେ ଘର ସମ୍ମୁଖରେ କଳସ ଦୀପ ସ୍ଥାପନ ସହ ପୁଷ୍ପବର୍ଷା କରି ସ୍ୱାଗତ କରିଥିଲେ। ସାରା ସହର ପରିକ୍ରମା କଲାପରେ ଗାୟତ୍ରୀ ଶକ୍ତିପୀଠରେ କଳସ ସ୍ଥାପନ କରାଯାଇଛି।କଳସ ଯାତ୍ରା ସମୟରେ ବିଭିନ୍ନ ସାଂସ୍କୃତିକ ଯଥା ଦୁଲଦୁଲି ବାଜା, ଘଣ୍ଟ ବାଜା, ଘୁମୁରା ନାଚ,କଲଙ୍ଗୀ ବାଜା, ସଂକୀର୍ତ୍ତନରେ ସାରା ସହର ପ୍ରକମ୍ପିତ ହୋଇ ଉଠିଥିଲା।
ଆଜି ତା ୦୨.୦୧.୨୦୨୫ ଠାରୁ ୦୫.୦୧.୨୦୨୫ ତାରିଖ ପର୍ଯ୍ୟନ୍ତ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ସାରା ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଗାୟତ୍ରୀ ପରିବାରର ସଦସ୍ୟ ସଦସ୍ୟା ଙ୍କ ଭିଡ଼ ଲାଗିରହିଛି।