-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Jan-2025
ବରୀ ବ୍ଲକ ଅଧିନସ୍ଥ ରମ୍ପା ପଂଚାୟତ ନେଉଳା ଗ୍ରାମର ଭାଗବତ ଗୋସାଇଁ ମନ୍ଦିର ପରିସରେ ଗାୟତ୍ରୀ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଵିଧି ଅନୁଯାଇ କଳସ ଯାତ୍ରା,ଅଙ୍କୁର ରୋପର୍ଣ,ସୂର୍ଯ୍ୟପୂଜା, ଧେନୁପୂଜା କରାଯାଇଥିଲା। ପୂଜା ପାଠ ଓ ଯଜ୍ଞ କାର୍ଯ୍ୟକ୍ରମ ରେ ପଣ୍ଡିତ ଚନ୍ଦ୍ରଭାନୁ ପଣ୍ଡାଙ୍କୁ ପୂର୍ଣ ଚନ୍ଦ୍ର ପାଢ଼ୀ ,ନୃସିଂହ ଚରଣ ଦାଶ ,ପ୍ରତାପ ପଣ୍ଡା, ଲିଟୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଦିନତାମମ ଗାୟତ୍ରୀ ମନ୍ତ୍ର ପାଠରେ ନେଉଳା ଗ୍ରାମ ପ୍ରକମ୍ପିତ ହେଉଥିବା ବେକେ ଯଜ୍ଞର ଚତୁର୍ପାଶ୍ୱରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଜଗତ ଶାନ୍ତି ଓ ଦେଶରେ ଶାନ୍ତି ରକ୍ଷା ପାଇଁ ଯଜ୍ଞ କୁଣ୍ଡରର ଘୃତାହୁତି ଦିଆଯାଇଥିଲା। ଏହି ଗୀତା ଯଜ୍ଞରେ ଗାୟତ୍ରୀ ୧୦୮ ମନ୍ତ୍ର ଓ ଗୀତ ପାଠ କରାଯାଇଥିଲା। ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁମାନ ଆସି ଉପସ୍ଥିତ ରହି ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରିଥିଲା। କର୍ମକର୍ତ୍ତା ସାରଦା ପ୍ରସାଦ ଦାସ ,କବିତା ଦାସ,ରବିନାରାୟଣ ମୁଦୁଲି ପ୍ରଭାତୀ ମୁଦୁଲି, ରହିଥିଲେ ।ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମ ପ୍ରତି ବର୍ଷ ହେଉଥିବାରୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପାଇଁ ଅନୁଷ୍ଠାନ ତରଫର ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ଯଜ୍ଞ ଉତ୍ସବକୁ ସପୃର୍ଣ୍ଣ କରିବା କ୍ଷତ୍ରରେ କମିଟିର ସଭାପତି ସମେତ କମିଟିର ଅନ୍ୟ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଛନ୍ତି।
(ରଞ୍ଜିତ ମହାନ୍ତି)