-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Jan-2025
ବଲାଙ୍ଗୀର: ଆଜି ବଲାଙ୍ଗୀର ର ପୂର୍ବତନ ବିଧାୟକ ନରସିଂହ ମିଶ୍ର ନୁଆଁ ବର୍ଷ ଅବସରରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଜାଗାରେ ଲୋକଙ୍କ ଠାରୁ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେଲେ । ୨୦୨୫ ନୂତନ ବର୍ଷ ଅବସରରେ ପ୍ରଥମେ ସେ ଛତାମଖନା କିରାବାହାଲ ବ୍ୟାରେଜ ପାଖକୁ ଯାଇ ସେଠାରେ ନୁଆ ବର୍ଷ ପାଳନ କରୁଥିବା ଜନସାଧାରଣଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ପରେ ପରେ ସେ ଅଂଚଳରେ ଥିବା କିରାବାହାଲ ଗ୍ରାମବାସୀଙ୍କ ଠାରୁ ବ୍ୟାରେଜ ଓ ଗ୍ରାମବାସୀ ସମ୍ମୁଖିନ ହେଉଥିବା ବିଭିନ୍ନ ଅଭାବ ଅସୁବିଧା ବାବଦରେ ଅବଗତ ହୋଇଥିଲେ । ପରେ ପରେ ସକମା ପଂଚାୟତ ଅନ୍ତର୍ଗତ ରାଣୀପାଲି ଆମ୍ବ ବଗିଚା ଠାରେ ସାଧାରଣ ଜନତାଙ୍କୁ ଭେଟି ନୂତନ ବର୍ଷ ପରିପ୍ରେକ୍ଷିରେ ଶୁଭେଚ୍ଛା ଜଣାଇଥିଲେ ଏବଂ ବିଶେଷ କରି ଧାନକିଣା, ବିଜୁଳି, ପିଇବା ପାଣି ଏବଂ ଆବାସଗୃହକୁ ନେଇ ଲୋକେ କରିଥିବା ଅଭିଯୋଗ ଶୁଣିଥିଲେ । ଏ ଦିଗରେ ସେ ଯେତେ ଶିଘ୍ର ହେବ ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଅପରାହ୍ନରେ ତୁଷୁରାବାହାଲ ପଂଚାୟତ ଅନ୍ତର୍ଗତ ଡଙ୍ଗାଘାଟ ଠାରେ ଡଙ୍ଗାଘାଟ ଯାଇ ସେଠାରେ ସମବେତ ହୋଇଥିବା ସହସ୍ରାଧିକ ମହିଳା ପୁରୁଷ ଙ୍କୁ ନୂତନ ବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଠାରୁ ସମସ୍ୟା ଶୁଣିଥିଲେ । ବର୍ତ୍ତମାନ ସରକାରଙ୍କ ତରଫରୁ ଧାନକିଣା କାର୍ଯ୍ୟ ଚାଲିଥିବାରୁ ପ୍ରାୟତଃ ଲୋକେ ଧାନ କିଣାର ଅବ୍ୟବସ୍ଥା କୁ ନେଇ ଆଲୋଚନା କରିଥିଲେ । ଏ ଅଞ୍ଚଳର ଚାଷୀ ପ୍ରାୟତଃ ଏକର ପିଛା ୨୦ ରୁ ୨୫ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ କରିଥାନ୍ତି କିନ୍ତୁ ସରକାରୀ ନିତି ଅନୁସାରେ
ସରକାର କେବଳ ଅଣଜଳସେଚିତ ଚାଷୀଙ୍କ ଠୁ ମାତ୍ର ୧୩ କ୍ୱିଣ୍ଟାଲ ଧାନ କିଣୁଥିବାରୁ ବଳକା ରହିଯାଇଥିବା ଧାନ ବିକିବା ପାଇଁ ଚାଷୀ ନିଶ୍ଚିତ ଭାବରେ ଅଭାବି ବିକ୍ରିର ସାମନା ହୋଇ ଦଲାଲ ମାନଙ୍କୁ ତାଙ୍କର କଷ୍ଟ ଉପର୍ଜିତ ଧାନକୁ ଶାଗ ମାଛ ଦରରେ ଦେଇଦେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ଦିଗରେ ଚାଷୀ ଯେପରି ହଇରାଣ ନ ହୋଇ ତାଙ୍କର ସମସ୍ତ ଅମଳ ଧାନକୁ ସରକାର ୩୧୦୦ ଟଙ୍କାରେ କିଣିବେ ସେ ଉପରେ ସେ ସରକାରଙ୍କୁ ଚାପ ପକାଇବେ ବୋଲି କହିଥିଲେ । ଏ ଗସ୍ତ ସମୟ ଆଲୋଚନା ବେଳେ ଲୋକନାଥ କୁମୁରା, ଗଉଁନ୍ତିଆ ମୁରଲି ମଲ୍ଲିକ, କିର୍ତ୍ତନ ସାହୁ, ବେଲାର ସିଂ ଭୋଇ, ଲମ୍ବୋଦର ମହାକୁର, ରାମ ମିଶ୍ର, ସଂଜିବ ପ୍ରଧାନ, ବିପିନ ପୁଟେଲ, ଧନୁ ସିଂ, ରାଧାକାନ୍ତ ଭୋଇ ଏବଂ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।