-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମ ଠାରେ ଆଜି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ନୂତନ ବର୍ଷ-୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଞ୍ଚଳିକ ପରିଚାଳକ ଶ୍ରୀ ମଧୁସୂଦନ ରଥ ଅନ୍ତେବାସୀଙ୍କୁ ଯୋତା ବଣ୍ଟନ କରିଥିଲେ ଏବଂ ବ୍ୟାଙ୍କ ତରଫରୁ ଗ୍ରୋସରୀ ସାମଗ୍ରୀ ସହ ବୃଦ୍ଧାଶ୍ରମକୁ ସହାୟତା ପ୍ରଦାନ କରିଥିଲେ। ଶ୍ରୀ ରଥ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ବ୍ୟାଙ୍କ ଏହା ପୂର୍ବରୁ ଆକ୍ୱାଗାର୍ଡ ଜଳ ବିଶୋଧନକାରୀ ଯନ୍ତ୍ର ଏବଂ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ଏକ ଅଟୋ-ରିକ୍ସା ସାହାଯ୍ୟ କରାଯାଇଛି।ସେ ଏହା ମଧ୍ୟ କହିଛନ୍ତି ଯେ ଏସବିଆଇ ହେଉଛି ଦେଶର ପ୍ରମୁଖ ବ୍ୟାଙ୍କ, ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସକ୍ରିୟ ଭାବରେ ଜଡିତ ଏବଂ ଦେଶରପ୍ରତି କୋଣରେ ସିଏସ୍ଆର କାର୍ଯ୍ୟକ୍ରମ କରିଥାଏ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ (ଲିଡ୍ ବ୍ୟାଙ୍କ) ଶ୍ରୀ ମହେଶ୍ୱର ସାହୁ, ମୁଖ୍ୟ ପରିଚାଳକ (ଡିଭିଏଏସ୍), ଶ୍ରୀ ଦେବାଶିଷ ବିର୍ତ୍ତିଆ, ପ୍ରିତିଶ ଶେଖର ସେଠୀ, ମ୍ୟାନେଜର (ଏଚଆର) ,ଶ୍ରୀ ହରିଲାଲ ନାୟ,ଡେପୁଟି ମ୍ୟାନେଜର ଏବଂ ଶ୍ରୀ ଗୈାରବ କୁମାର ବାଲିୟାସି, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରମୁଖ ଏଇ ଅବସରରେ ଯୋଗ ଦେଇଥିଲେ।