-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
01-Jan-2025
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧିନସ୍ଥ ଲୁହୁରାମୁଣ୍ଡା ପଞ୍ଚାୟତ ରେ ଆଜି ଦିନ ୧୧ ଘଣ୍ଟା ରୁ ଆରମ୍ଭ ହୋଇ ଅପରାହ୍ନ 2 ଘଣ୍ଟା ପର୍ଯ୍ୟନ୍ତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଲିନାକ୍ଷୀ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକରି ଶ୍ରୀ ଗୁଣନିଧି ଦଂସେନା,ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଧୀରେନ୍ଦ୍ର ମେହେର, ତହସିଲଦାର ଶ୍ରୀଯୁକ୍ତ ଚୈନୁ ଗଣ୍ଡ, ଯୋଗ ଦେଇଥିଲେ l ତା ସହିତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରୁଦ୍ରପ୍ରତାପ ସୁନା, ଜଳ ଓ ପରିମଳ ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର, ଯନ୍ତ୍ରୀ ଶ୍ରୀ ଅରବିନ୍ଦ ମହାନ୍ତି ଙ୍କ ସହ ସମସ୍ତ ବିଭାଗ ର ସରକାରୀ ଅଧିକାରୀ ଉପସ୍ଥିତ ଥିଲେ l ଆବାସ ଗୃହ ଉପରେ ମୋଟ 84 ଟି ଅଭିଯୋଗ ହୋଇଥିବା ବେଳେ ଅନ୍ୟାନ୍ୟ ଉପରେ 20 ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ସୂଚନା ଦେଇଛନ୍ତି। ଏହିପରି ଆଜିର ଜନ ଶୁଣାଣି କାର୍ଯକ୍ରମ ରେ ସର୍ବ ମୋଟ 104 ଦରଖାସ୍ତ ପଞ୍ଜିକରଣ ହୋଇଥିବା ଜଣା ପଡ଼ିଛି। ସାଲେଭଟା ଫାଣ୍ଡି ଅଧିକାରୀ ଓ ତାଙ୍କ କର୍ମଚାରୀ ମାନେ ଉପସ୍ଥିତ ରହି ଉକ୍ତ କାର୍ଯକ୍ରମ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। ମୋଟାମୋଟି ଭାବରେ ଶିବିର ଟି ଅତି ସୁନ୍ଦର୍ ଭାବରେ ପରିଚାଳିତ ହୋଇଥିଲା l