-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ଜଗନ୍ନାଥ ସଂସ୍କୃତି ତଥା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମପୁର ନିବାସୀ, ମାନସିଂହ ସାହିତ୍ୟ ସଂସଦର ମୁଖ୍ୟ ଉପଦେଷ୍ଟା ତଥା ସରକାରୀ ରାଜକୁମାର ଉଚ୍ଚ ବିଦ୍ୟାଳୟ, ବୁରୋମୁଣ୍ଡାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରାଙ୍କୁ ଆନ୍ତର୍ଜାତିକ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ଆଜି ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ପୁରୀ ଟାଉନ ହଲଠାରେ ୱାଲର୍ଡ ଚେରିଟି ୱେଲଫେୟାର ଫାଉଣ୍ଡେସନ, ଦିଲ୍ଲୀ ତରଫରୁ ଏହି ଉପାଧି ପ୍ରଦାନ କରାଯାଇଛି ।ପୂର୍ବରୁ ସେ ବରଗଡ଼ ଜିଲ୍ଲାର ତୁଲଣ୍ଡିଠାରେ ଅବସ୍ଥିତ ଗୋପବନ୍ଧୁ ସାହିତ୍ୟ ସଂସଦରୁ ଦୟାନିଧି ମିଶ୍ର ସ୍ମୃତି ସାହିତ୍ୟ ସମ୍ମାନ, ମାଲକାନଗିରି ଜିଲାର ମାଲ୍ୟାଣୀ ସାହିତ୍ୟ ସଂସଦରୁ ମାଲ୍ୟବନ୍ତଶ୍ରୀ ସମ୍ମାନ, କୋରାପୁଟ ଜିଲ୍ଲାରୁ ମାଟିଲଗ୍ନାଶ୍ରୀ ସମ୍ମାନ, ପୁରୀ ଜିଲ୍ଲା ନନ୍ଦଳାସ୍ଥିତ ମାନସିଂହ ସାହିତ୍ୟ ସଂସଦରୁ ମାନସିଂହ ସ୍ମୃତି ସମ୍ମାନ-୨୦୨୦, ଗଞ୍ଜାମ ଜିଲ୍ଲାର କୁଲାଡ଼ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦରୁ ଉପେନ୍ଦ୍ର ଭଞ୍ଜ ସ୍ମୃତି ସମ୍ମାନ, ବାଲେଶ୍ଵର ଜିଲା ନୀଳଗିରି ନେସନାଲ ପ୍ରୋଗ୍ରେସ ଗ୍ରୁପରୁ ପଶ୍ଚିମାଞ୍ଚଳର ସାହିତ୍ୟ ଜ୍ୟୋତି ସମ୍ମାନ, ନୁଆପଡ଼ା ଜିଲ୍ଲା ରାଜା ଖରିଆରରୁ ଶ୍ରେଷ୍ଠ ସେବାଶ୍ରୀ ସମ୍ମାନ -୨୦୨୪, ପଶ୍ଚିମ ଓଡିଶା ବାର୍ତ୍ତାରୁ ଶ୍ରେଷ୍ଠ ଶିକ୍ଷକ ତଥା କବି ଭାବରେ ସମ୍ମାନିତ ହୋଇସାରିଛନ୍ତି । ତାଙ୍କ ପ୍ରକାଶିତ କବିତା ପୁସ୍ତକ ହେ ମହାବାହୁ ପାଠକ ମହଲରେ ବେଶ ଆଦୃତ ।