-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
31-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ପିଲାଙ୍କ ଖବରକାଗଜ "ବାନରସେନା" ର ସଫଳତମ ପ୍ରକାଶନର ୩୭ ତମ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ୨୦୨୪ କୋଣାର୍କ ସ୍ଥିତ ଯାତ୍ରୀ ନିବାସଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । " ଵାନରସେନା"ର ସଂପାଦକ ଅତିଥି ପରିଚୟ ଦେବା ସହ ଖବରକାଗଜର ଗତିପ୍ରଗତି ଓ ଶିଶୁସାହିତ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ । ବରଗଡରୁ ପ୍ରକାଶ ପାଉଥିଵା "ଯୁଗୋପଯୋଗୀ ସୁବର୍ଣ୍ଣଦୀପ"ର ୩୧ ବର୍ଷ ସମ୍ପାଦନା ପାଇଁ ସଂପାଦକ ଶ୍ରୀଯକ୍ତ ପ୍ରଦୀପ୍ତଭାନୁ ମହାନ୍ତି ଓ ବରିଷ୍ଟ ଶିଶୁସାହିତ୍ୟିକ ଶ୍ରୀଯୁକ୍ତ କୁଞ୍ଜବିହାରୀ ସାହୁଙ୍କୁ (ଧନୁଯାତ୍ରା ର ବିଶେଷ ଲେଖା ଓ ଅନ୍ୟ ରଚନା ) ପାଇଁ ମାନପତ୍ର, ଉତ୍ତରୀୟ, ଫଳକ ଓ ଫୁଲତୋଡା ପ୍ରଦାନ ପୂର୍ବକ "ବାନରସେନା ସାରସ୍ବତ ସମ୍ମାନ-୨୦୨୪" ରେ ସୁଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ବାହିନୀ ପତି ସଭାପତିତ୍ବ କରିଥିଲେ । ଏଥି ପାଇଁ ବରଗଡ଼ ଜିଲ୍ଲା ର ଶିଶୁ ସାହିତ୍ୟିକ ଓ ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତି ।