-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ବରପାଲି ସ୍ଥିତ ବାରପାଲି ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବରପାଲି କଲେଜ ଠାରେ ସୁବର୍ଣ୍ଣ ଜୟନ୍ତୀ କମିଟି, ଲାଇଫ ଲାଇନ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମାନ୍ୟବର ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସନତ କୁମାର ଗଡତୀୟା,ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।ଏହି ଶିବିରରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ବରପାଲି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କମିଟି ଓ ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫ ହୃଦୟ ରୁ ଧନ୍ୟବାଦ। ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।