-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ପ୍ରକୃତ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ କରାଯାଉଛି ନିରୁତ୍ସାହିତ,ଉପେକ୍ଷିତ ଏବଂ ହଇରାଣ କାରଣ ପ୍ରକୃତ ଚାଷୀ ଭଲ ଧାନ ଆଣିବ ଏବଂ ଭଲ ପଇସା ନେବା ପାଇଁ ଚେଷ୍ଟାକରିବ। ହେଲେ ଧାନ କିଣା ବ୍ୟବସ୍ଥା ଏମିତି ଜଟିଳ କରାଯାଉଛି ଯେ ମଣ୍ଡିକୁ
ଧାନ ଆଣିବା ପାଇଁ ଚାଷୀ କୁଣ୍ଠାବୋଧ କରୁଛି। କାରଣ ଯେତେବେଳେ ଧାନ ଅମଳ ହୋଇଥାଏ ଚାଷୀଙ୍କୁ ଅଧିକରୁ ଅଧିକ ଟଙ୍କା ଆବଶ୍ୟକ ପଡ଼ିଥାଏ। ଧାନ ଉତ୍ପାଦନ ଅଧିକ ହେଲେ ଟୋକନ ଧାର୍ଯ୍ୟ ପରିମାଣ ହିଁ ବିକ୍ରି କରିବାର ସୁଯୋଗ ପାଇଥାଏ ।ସେଥିପାଇଁ ଚାଷୀ ବିଭିନ୍ନ କାରଣରୁ ନିଜେ ଧାନ ବିକ୍ରି କରୁନାହିଁ। ଧାନ ବିକ୍ରି ପାଇଁ ପ୍ରଥମେ ଟୋକନ ସମସ୍ୟା ଥିବା ବେଳେ ଟଙ୍କାର ଆବଶ୍ୟକ ଅନ୍ୟ ଏକ ସମସ୍ୟା ଅଟେ। ସେହିପରି ମଣ୍ଡିରେ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ନିରୁତ୍ସାହିତ କରିବା ପାଇଁ ଦଲାଲ ଜରିଆରେ ଧାନ ବିକ୍ରି ନକଲେ ଧାନ ମାସ ମାସ ପଡି ରହୁଛି। ଏବଂ କ୍ୱାଲିଟି ନାଁରେ ଭୟ ଦେଖାଇ ହଇରାଣକୁ ଦୁଇଗୁଣିତ କରାଯାଉଛି। ବରଗଡ଼ ଜିଲ୍ଲାରେ ଯେଉଁଠି ଦଲାଲ ସକ୍ରିୟ ସେଠାରେ ଠିକ ଭାବେ ଧାନ ଉଠୁଛି ବାକି ମଣ୍ଡି ମାନଙ୍କରେ ଧାନ ଖୋଲା ଆକାଶ ତଳେ ପଢିଛି। ଅମ୍ବାଭାନା ର ବରା, ବରପାଲିର କୁମ୍ଭାରୀ, ତୁଳଣ୍ଡି, ଆଗଲପୁର, ସତଲମା ଏବଂ ଭେଡେନ ବ୍ଲକ ର ସିହେନପାଲି, ହାତୀପାଲି, ରେଶମ, ପଧାନପାଲି, ସାଲ୍ଲେପାଲି, ଅରେଇଗୁଡ଼ି, ବସେକେଲା, ତେନ୍ତୁଲିଟିକ୍ରା, ଭେଡେନ, ଚିଚିଣ୍ଡା, କୁବେଡେଗା, ସହରାଟିକ୍ରା ଆଦି ମଣ୍ଡି ରୁ ଗତ ବର୍ଷ ୪ ଲକ୍ଷ ୩୦ ହଜାର କ୍ୟୁଣ୍ଟାଲ ଧାନ କିଣା ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସବୁ ମଣ୍ଡିରୁ ମାତ୍ର ୧ ଲକ୍ଷ ୬୦ ହଜାର କ୍ୟୁଣ୍ଟାଲ ଧାନ କିଣା ଯାଇଛି ଯାହା ଗତ ବର୍ଷ ତୁଳନା ରେ ୩୦ % ଅଟେ। ସେଥିପାଇଁ ଚାଷୀ ଅସନ୍ତୋଷ୍ଟ ଥିବା ହେତୁ ସଂଯୁକ୍ତ କୃଷକ ସଂଗଠନ ତରଫରୁ ଚାଷୀ ଗତ ଶୁକ୍ରବାର ଦିନ ଠାରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଧାରଣା କାର୍ଯ୍ୟକ୍ରମରେ ସର୍ବଶ୍ରୀ ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ସୁଦାମ ପାତ୍ର, ସୁରେଶ ନିକେଣ୍ଟି, ନିରଞ୍ଜନ ପଧାନ, ରବିଶଙ୍କର ପଧାନ, ପ୍ରଭାତ ସାହୁ, ଅଚୁତ କର୍ମୀ, ନବୀନ ଭୋଇ, ମାଧବ ସାହୁ, ସୁରେନ୍ଦ୍ର ଦାସ, ରସିକ ହାତୀ, ବିକାଶ ଅଗ୍ରୱାଲ, ବିଜୟୀ କୁମ୍ଭାର, କେଶବ ଭୋଇ, ଅରୁଣ ବାରିକ, ଅରକ୍ଷିତ ମହାକୁର, ସଂଜୀବ ପଧାନ, ଅନିରୁଦ୍ଧ ଭୋଇ ଗୋବର୍ଦ୍ଧନ ମହାପାତ୍ର ଏବଂ ଘନଶ୍ୟାମ ଭୋଇ ନେତୃତ୍ୱ ନେଇଛନ୍ତି ଏବଂ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।