-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜେଏସ୍ଏମ୍ ମହାବିଦ୍ୟାଳୟର ନବମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗଣେଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାର ଶୁଭାରମ୍ଭ କରିଥିଲେ । ପରେ କଲେଜର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।
ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ନିରଂଜନ ବିଶି ଯୋଗ ଦେଇ ଶିକ୍ଷା ବ୍ୟତିତ ଦକ୍ଷତା ବୃଦ୍ଧି ତଥା
ବୃତ୍ତିଗତ ଶିକ୍ଷା ବ୍ୟତିତ ନୈତିକ ଶିକ୍ଷା ର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ଭୀମ୍ସାର, ବୁର୍ଲାର ସ୍ତ୍ରୀ ଓ ପ୍ରସୂତି ବିଭାଗର ଏସିଷ୍ଟାଣ୍ଡ ପ୍ରଫେସର ଡ. ବେଣୁଧର ପାଣ୍ଡେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ସ୍ୱପ୍ନ ରଖି କଠିନ ପରିଶ୍ରମ କଲେ ସେମାନଙ୍କର ଭବିଷ୍ୟତ ଉଜ୍ୱଳ ହୋଇପାରିବ ବୋଲି ଉପଦେଶ ଦେଇଥିଲେ । ମୁଖ୍ୟବକ୍ତା ରୂପେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁଶାନ୍ତ କୁମାର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ଚରିତ୍ର ଗଠନ କଲେ ସମାଜ ତଥା ଦେଶର ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି କହିଥିଲେ । ଏହି ଅବସରରେ ମଂଚାସୀନ ଅତିଥି ମାନେ କଲେଜର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । କଲେଜର ଅଧ୍ୟକ୍ଷା ଡ. ମନସ୍ମିତା ମିଶ୍ର କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ । କଲେଜର ମୁଖ୍ୟ ଉପଦେଷ୍ଟା ମନୋରଂଜନ ସାହୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିର୍ମାଣରେ ଜେଏସ୍ଏମ୍ କଲେଜ ଅଭିନବ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ କଲେଜର ଶତପ୍ରତିଶତ ସଫଳତା ପାଇଁ କଲେଜର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମହାବିଦ୍ୟାଲୟର ପରିଚାଳନା କମିଟି ତରଫରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପରିବେଶବିତ ତଥା ଟଙ୍ଗିଆ ଜାମ୍ ଆନ୍ଦୋଳନର ମୁଖ୍ୟ ଆଇନଜୀବୀ ଗୋପାଳ ଚନ୍ଦ୍ର ହୋତା, ପଶ୍ଚିମ ଓଡ଼ିଶାର ପ୍ରଥମ ବ୍ଲେକ ବେଲ୍ଟ ଚମ୍ପିୟାନ୍ ତଥା ବଲାଙ୍ଗୀର କରାଟେ ପ୍ରଶିକ୍ଷକ ମାନୁଏଲ ନାଗ ଓ ଯୁବ ଅଧ୍ୟାପକ ଡ. ଜଗନ୍ନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜର ଚ୍ୟାରମେନ୍ ସିଏ ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକ ପୀତବାସ ପଣ୍ଡା, ନିର୍ଦ୍ଦେଶିକା ସୁମନ ଶର୍ମା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରି ଉତ୍ସାହିତ କରିଥିଲେ । କଲେଜର ଅଧ୍ୟାପିକା ଅଙ୍କିତା ମିଶ୍ର ସଭାକୁ ସଂଯୋଜନା କରିଥିଲେ । ଖେଳ ଶିକ୍ଷକ ନିରୋଜ ମିଶ୍ରଙ୍କ ଉତ୍ତ୍ୱାବଧାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କୁ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ କଲେଜର ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ ସକ୍ରିୟ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ ।