-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତର ଛପରାସ୍ଥିତ ଖେଳପଡ଼ିଆରେ ପାଞ୍ଚଦିନ ଧରି ଚାଲିଥିବା ୧୬ତମ ମାଁ ବୀଣାପାଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତେନ୍ତୁଳିଖୁଣ୍ଟିଦଳ କେଉଟିପାଲିକୁ ହରାଇ ଚମ୍ପିଆନହୋଇଛି ।ଫାଇନାଲରେ ତେନ୍ତୁଳିଖୁଣ୍ଟି ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫୯ରନ କରିଥିଲା।ଜବାବରେ କେଉଟିପାଲି ବ୍ୟାଟିଂ କରି ନିୟମିତ ଉଇକେଟ ହରାଇ ୩୧ରନ କରି ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା|ଉଦଯାପନୀ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ପୂର୍ବତନ କଣ୍ଟାମାଳ ବିଧାୟକ ମହିଧର ରଣା, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ଉଦ୍ୟୋଗପତି କରୁଣାକର ସାହୁ, ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, କୁଲୁତାଯୋର ପ୍ୟାକ୍ସ ସଭାପତି ହିମାଞ୍ଚଳ ରଣା, ଦୟାବନ୍ତ ଧରୁଆ, ସମାଜସେବୀ ପ୍ରେମରାଜ ରଣା, ପ୍ରତାପ ରଣା ପ୍ରମୁଖ ଉପସ୍ଥିତ ରହି ମେନଅଫ ଦି ସିରିଜ ଅତୁଲ,ବେଷ୍ଟ ୫୦ ପ୍ରଶାନ୍ତ ସହ ବିଜେତା ଓ ଉପବିଜେତାଦଳଙ୍କୁ ଟ୍ରଫି ସହ ଘୋଷିତ ରାଶି ପ୍ରଦାନ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ କ୍ରିକେଟ କ୍ଲବର ହେମନ୍ତ ଅକୃର, ଫକିର, ସାଧୁ, ସ୍ୱାଧୀନ,ଶଙ୍କର, ମଦନ,ରୀଙ୍କୁ, ଯୁଗୋଳ,ଡିଲେଶ୍ଵର ଓ ଟଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।