-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଂଚାୟତରେ ଲହଣ୍ଡା ଗ୍ରାମରେ ୪ଦିନ ଧରି ଲହଣ୍ଡା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ। ସେମାନେ ହେଲେ ରୟାଲ୍ କିଙ୍ଗ୍ସ୍, ଆରୋହି ଫାଇଟର୍ସ, ତେଜଶ୍ରୀ ଫାଇଟର୍ସ ଓ ଆରଆର୍ ସିକ୍ସର୍ । ସେଥିମଧ୍ୟରୁ ରୟାଲ୍ କିଙ୍ଗ୍ସ୍ ଓ ଆରୋହୀ ଫାଇଟର୍ସ ମଧ୍ଯରେ ରୋମାଂଚକର ଫାଇନାଲ ଦେଖିବାକୁ ମିଲିଥିଲା। ଫାଇନାଲ ମ୍ୟାଚରେ ୩ ରନରେ ରୟାଲ୍ କିଙ୍ଗ୍ସ୍ ବିଜୟୀ ଲାଭ କରିଥିଲା। ଏଥିରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଗ୍ରାମର ଜଣାଶୁଣା ବ୍ୟକ୍ତିବିଶେଷ ଦୟାସାଗର ମେଣ୍ଡଳୀ ଓ ସରପଞ୍ଚ ଅର୍ଜୁନ ନାଏକ ଯୋଗଦେଇ ବିଜୟୀ ଟିମକୁ ପୁରସ୍କୃତ କରିଥିଲେ ଓ ଗ୍ରାମର ଯୁବକମାନେ ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ ।