-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ୧୯୮୯ ମେଟ୍ରିକ ବେଚ ର ବନ୍ଧୁମିଳନ ସ୍ଥାନୀୟ ପବିତ୍ର ଶୈବପୀଠ ଦେବଦର୍ହା ଠାରେ ଆୟୋଜିତ ହୋଇଯାଇଛି। ପ୍ରଥମେ ଗ୍ରୁପର ତୋଷବନ୍ତ ବାରିକଙ୍କ ଜନ୍ମଦିନ ଅନେକ ଉଲ୍ଲସୀତ ଭାବେ ପାଳନ କରାଯାଇଥିଲା । ପରେ ପୁରାତନ ଛାତ୍ର ଗହଣରେ ନ ଥିବା ମୃତ୍ୟୁ ବରଣ କରିଥିବା ବନ୍ଧୁ ରାଜେଶ ବାରିକ, ନିତ୍ୟାନନ୍ଦ ସାହୁ,ଲକ୍ଷ୍ମୀଧର ସାହୁ,ମୋହନ ବାଗ, ରିକୁ(ପ୍ରଦୀପ) ପାଇକ,ହେମନ୍ତ ସାହୁ, ନନ୍ଦକିଶୋର ମିଶ୍ର ଙ୍କ ସ୍ମୃତି ଚାରଣ କରି ୨ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ବ୍ୟାଚ ର ସର୍ବସମ୍ମତି କ୍ରମେ ଦେବଦର୍ହା ର ଆନୁସଙ୍ଗିକ ଉନ୍ନତି କରଣ ସକାଶେ ବିଶେଷ ଭାବେ ରାସ୍ତା ନିର୍ମାଣ ପାଇଁ ମାନ୍ୟବର ସାଂସଦ ବରଗଡ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ ୨ଦିନ ଭିତରେ ଦାବି ପତ୍ର ଦିଆଯିବାକୁ ପ୍ରସ୍ତାବ ନିଆ ଯାଇଛି। ପଦ୍ମପୁରର ସମସ୍ତ ବନ୍ଧୁଙ୍କ ସହିତ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସମସ୍ତ ବନ୍ଧୁ ଉପସ୍ଥିତ ରହି ପରସ୍ପର ମଧ୍ୟରେ ଦୁଃଖ ସୁଖ ବାଣ୍ଟିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମର ସଂଯୋଜକ ପ୍ରତାପ ନାଥ, ଦିନେଶ ପାଣିଗ୍ରାହୀ, ଗୋବିନ୍ଦ ପଟେଲ, ସହଦେଵ ମେହେର, ସୁରେଶ ମିଶ୍ର, ବିହାରୀ ପଟେଲ, ଅନନ୍ତ ପ୍ରସାଦ ଦାଶ ,ନରସିଂହ ସରାଫ,ନିରୋଜ ଦାଶ,ସୁବ୍ରତ ମହାପାତ୍ର ଓ ସମସ୍ତ ବନ୍ଧୁଙ୍କ ସାହାୟତାରେ କାର୍ଯ୍ୟକ୍ରମ ସଫଳ ଭାବେ ସମାପନ ହୋଇଥିଲା।