-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା ପାଇକମାଲ ବ୍ଳକ ଅନ୍ତର୍ଗତ ସୋଢା ଗ୍ରାମରେ ଚାଲିଥିବା ପ୍ରୋଗେସିଭ କପ ପ୍ରଥମ ମ୍ୟାଚରେ କଦଳୀମୁଣ୍ଡା ଓ ଲହଙ୍ଗୀର ମଧ୍ୟରେ ଖେଳ କାଣ୍ଟେକେ ଟକ୍କର ହେବା ପରେ,କଦଳୀମୁଣ୍ଡା ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ କଦଳୀମୁଣ୍ଡା ଓ ହିରାପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ହିରାପୁର ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ ସୋଢା ଓ ବାଦିକଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ସୋଢା ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚ ସୋଢା ଓ ବନମାଲ ମଧ୍ୟରେ ଅନୁଷ୍ଠିତ ହୋଇ ସୋଢା ବିଜୟୀ ହୋଇଥିଲା। ପଞ୍ଚମ ମ୍ୟାଚ ସୋଢା ହିରାପୁର ମଧ୍ୟରେ ହେବାପରେ,ସୋଢା ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି। ମୁଖ୍ୟ ଅତିଥି ଭାବରେ ମହୁଲପାଲି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପଞ୍ଚାନନ ବିଶି ଯୋଗଦେଇଥିଲେ। ଖେଳ ପ୍ରତିଯୋଗିତାକୁ ସରସ ସୁନ୍ଦର କରିବାରେ ଗଙ୍ଗାଧର ରଣା ଓ ସଞ୍ଜୀବ ପଟେଲ ଖେଳ ପରିଚାଳନା କରିଥିଲେ। ଟୁନା ପ୍ରଧାନ ,ନିରୋଜ ପ୍ରଧାନ,କୁବେର ରଣା ତଥା କମିଟି ସଭ୍ୟମାନେ ସହଯୋଗ କରିଥିଲେ।