-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ଖପ୍ରାଖୋଲ: ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଲାଠାରଠାରେ ଏକ୍କିସ୍ ବ୍ୟାଙ୍କର ଏକ ଶାଖା ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଏହା ଏକ ଉତ୍ତମ ପଦକ୍ଷେପ ହୋଇଥିଲାବେଳେ, ଏଥିରେ କିଛି ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ପ୍ରକାଶ ପାଇଛି । ତାହା ଏହା ଯେ, ଏହି ବ୍ୟାଙ୍କର ଜାଗାଜମି ବା ଗୃହ ନିମନ୍ତେ ଏକ ଗୋଚରଜମିକୁ ରେଜିଷ୍ଟ୍ରି କରାଯାଇ ଏଗ୍ରିମେଣ୍ଟ ହୋଇଛି । ଏହା ସତ୍ୟ ହୋଇଥିଲେ, ସାଙ୍ଘାତିକ୍ !
ଶୁଣିବାକୁ ମିଳୁଛି ଯେ ଜଣେ ବିଶିଷ୍ଟ ବ୍ୟବସାୟୀ ଏହି ଅନିୟମିତତାରେ ଜଡିତ ଥିବାବେଳେ ସ୍ଥାନୀୟ ତହସିଲଦାର ଜାଣିଶୁଣି ଏଥିପାଇଁ ଜମିର କ୍ଲିଅରାନ୍ସ ଆଲାଓ କରିଛନ୍ତି । ପାଟଣାଗଡ ଉପଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳ ଏହି ଅନିୟମିତତା ଅଭିଯୋଗର ତଦନ୍ତ କରିବେ କି ?