-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର-ସମ୍ବଲପୁର ରାସ୍ତାର ଜାତୀୟରାଜପଥ-୨୬ର ଲକ୍ଷ୍ମୀଯୋର ପୋଲ ଉପରୁ ଆଜି ସକାଳୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଜଣକ ଗେଟସରୋବରପଡାର ଚିଣ୍ଟୁ କରନ(୨୬) ବୋଲି ଜଣାଯାଇଛି । ତାର ପଛପଟେ ଗଭୀର ଆଘାତ ଥିବାରୁ ତାକୁ ହତ୍ୟାକରି ଫିଙ୍ଗିଦେଇଥିବା ମୃତକର ପରିବାର ଅଭିଯୋଗ କରିଛନ୍ତି । ପୋଲିସ ଏହି ଘଟଣାରେ ଏକ ହତ୍ୟାମାମଲା ରୁଜୁ କରି ଜଣକୁ ସନ୍ଦେହରେ ଅଟକ ରଖିଛି । ଅଟକ ଯୁବକ ଜଣକ ବିଭୁତିପଡାର ସିଲୁ ସ୍ୱାଇଁ । ଗତକାଲି ରାତିରେ ଚିଣ୍ଟୁ ବୁଲାବୁଲି କରିଥିଲା । ସେହି ବୁଲିବା ଭିତରେ ସେମାନଙ୍କ ସାଙ୍ଗରେ କିଛି ଗଣ୍ଡଗୋଳ ହୋଇ ହତ୍ୟାକାଣ୍ଡଟି ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହିତ ଯାଇ ତଦନ୍ତ ଆରମ୍ଭ କରିବା ସହିତ ନିକଟସ୍ଥ ସିସିସଟିଭି ଫୁଟେଜଗୁଡିକ ଯାଞ୍ଚ କରୁଛି । ଏନେଇ ସଦର ଏସଡିପିଓ ପ୍ରଦୀପକୁମାର ସାହୁଙ୍କୁ ପଚାରିବାରୁ ସିସିଟିଭି ଫୁଟେଜରୁ କିଛି ସୁରାକ ମିଳିଛି । ଜଣକୁ ଅଟକ ରଖି ପଚରାଉଚୁରା ଚାଲିଛି ବୋଲି କହିଛନ୍ତି ।