-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ଆଦିବାସୀମାନଙ୍କ ପ୍ରସିଦ୍ଧ ସୁଲିଆଯାତ୍ରା ଅବସରରେ ଦେଓଗାଁ ବ୍ଲକ କୁଲତାପଡା ପଞ୍ଚାୟତର କୁମୁରିଆ ସାନଖଳାରେ ଆସନ୍ତା ଜାନୁୟାରୀ ୫ରୁ ୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ସୁଲିଆ ମହୋତ୍ସବ ଅନୁଷ୍ଠିତ ହେବ । ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ପ୍ରଥମକରି କୁମୁରିଆ ଖଳାରେ ଚଳିତବର୍ଷ ମହୋତ୍ସବର ଆୟୋଜନ କରାଯାଉଛି ବୋଲି ଆଜି ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସୁଲିଆ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି । ୩ଦିନ ମଧ୍ୟରେ ବିଭିନ୍ନ ଆଦିବାସୀ ସାଂସ୍କୃତିକଦଳ ତାଙ୍କର କଳାପ୍ରଦର୍ଶନ କରିବେ । ଏହା ସହିତ ପ୍ରତ୍ୟହ ବିଭିନ୍ନ ରାଜନେତା ଯଥା-ରାଜ୍ୟସଭା ସାଂସଦ ଥିବା ଆଦିବାସୀନେତା ନିରଂଜନ ବିଶି,ଜିଲ୍ଲା ଆଦିବାସୀ କଲ୍ୟାଣସଂଘର ସଭାପତି ସତ୍ୟନାରାୟଣ ଭୋଇ,ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁ, ପୁଇଁତଳା ଓ ତରଭା ବ୍ଲକର ଅଧ୍ୟକ୍ଷଗଣ,ଜିଲ୍ଲାପରିଷଦ ସଭ୍ୟାଗଣ,୭ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ,ସଂସ୍କୃତି ଗବେଷକ ଡ.ଘାସିରାମ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଖଇରଗୁରାର ବଡଖଳା ଓ କୁମୁରିଆର ସାନଖଳାର ଉନ୍ନତି ପାଇଁ ରାଜ୍ୟସରକାରଙ୍କୁ ସ୍ଥାନୀୟ ବିଧାୟକ ପ୍ରସ୍ତାବ ଦେଇ ଚିଠି କରିଥିବା ବିଷୟରେ କୁହାଯାଇଛି । ଏହି ଅବସରରେ ସୁଲିଆମହୋତ୍ସବର ଲୋଗୋକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ମହୋତ୍ସବ କମିଟିର ଆବାହକ ରୂପାଧର ପୁଟାଙ୍କ ସଭାପତତ୍ୱ ଓ କମିଟିର ସଭାପତି ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ସମ୍ମାନୀତ ଅତିଥି ଭାବରେ ଗୁରୁଶ୍ରୀ ଡ.ଘାସିରାମ ମିଶ୍ର, ରସରାଜ ଅଚ୍ୟୁତ ପୁରୋହିତ,କଳାକାର ରବିନ୍ଦ୍ର ସାହୁ ଓ ସୁଲିଆ ମହୋତ୍ସବ କମିଟିର କୁମୁରିଆ ସୁଲିଆ ପୀଠର ପୂଜକ ହରିହର ଝାଙ୍କର,ତପନ କୁଅଁର,ହେମନ୍ତ କୁଅଁର, କ୍ଷିରୋଦ୍ର ମାଝୀ,କୁଲତାପଡା ସରପଞ୍ଚ ଦୁସ୍ମନ୍ତ ସାହୁ,କମିଟିର ଅଧ୍ୟକ୍ଷ ଅଭିମନ୍ୟୁ ମାଝୀ,ଉପସଭାପତି ଜୟ ରଣା, କମ୍ପ ସେଠ, ରବି ଝାଙ୍କର,ବଶିଷ୍ଠ କୁଅଁର,ହେମନ୍ତ ମାଝୀ,ବେଣୁଧର ସିଂ, ମକାରୁ ନାଏକ,ବଡବାହାଲ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ରଣା, ଗୁଡଖାପଲା ସମିତିସଭ୍ୟା ବୈଜୟନ୍ତି ମାଝୀ, ସିତାକାନ୍ତ ମାଝୀ, ଲୋକନାଥ ନନ୍ଦ, ସରୋଜ ବାଗ,ଚମରା ମାଝୀ,ନିର୍ମଳ ଗଡତ୍ୟା, ପିତାବାସ ନାଏକ,ଶଙ୍କର ରଣା ପ୍ରମୁଖ ଉପସ୍ଥିତ ଥିଲେ ।
ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବ କମିଟିର ଆବାହକ ରୂପାଧର ପୁଟା ସୂଚନା ଦେଇକହିଥିଲେ ଯେ,ଗତ ୪ବର୍ଷ ହେଲା ଖଇରଗୁରା ବଡଖଳାରେ ସୁଲିଆ ମହୋତ୍ସବ ହୋଇ ଆସୁଥିଲା । କିନ୍ତୁ ଚଳିତବର୍ଷ ମହୋତ୍ସବ ପାଇଁ ବୈଠକ ବିଳମ୍ବିତ ହେବାରୁ ସେହି କମିଟିକୁ ସୁଲିଆପୀଠର ପୂଜକମାନେ ପଚାରିବାରୁ ସେମାନେ ମହୋତ୍ସବ କରିବାକୁ ଅମଙ୍ଗ ହୋଇ ଥିଲେ। ପରେ ପୂଜକମାନଙ୍କ ଅନୁରୋଧକ୍ରମେ ଅଞ୍ଚଳବାସୀ ଦେଓଗାଁ ବ୍ଲକର ପୂର୍ବତନ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ଙ୍କୁ ଆଦିବାସୀମାନେ ସମ୍ମିଳିତ ହୋଇ ମହୋତ୍ସବ ପାଇଁ ଡାକିବାକୁ ଯାଇଥିଲୁ । ସେ ପ୍ରଥମେ କମିଟିରେ ନରହି କେବଳ ସହଯୋଗ କରିବାକୁ ଚାହିଁଥିଲେ । କିନ୍ତୁ ଡିସେମ୍ବର ୧୨ ତାରିଖ ରେ ଅନୁଷ୍ଠିତ ବୈଠକରେ ତାଙ୍କୁ ସମସ୍ତେ ଅନୁରୋଧ କରିବାକୁ ସେ ମହୋତ୍ସବର ସଭାପତି ହେବାକୁ ସମ୍ମତି ଦେଇଥିଲେ । ୧୯୭୦ ମସିହାରୁ ଖଇରଗୁରା ସୁଲିଆପୀଠରୁ କୁମୁରିଆ ସୁଲିଆପୀଠ ଅଲଗା ହୋଇସାରିଛି । ଆଦିବାସୀମାନଙ୍କ ସଂସ୍କୃତି ଓ ପରଂମ୍ପରାକୁ ବଜାୟ ରଖି ସୁଲିଆପର୍ବ ପାଳନ କରାଯାଉଛି । ତେଣୁ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୭ଟି ପଞ୍ଚାୟତବାସୀଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ କୁମୁରିଆ ଠାରେ ସୁଲିଆ ମହୋତ୍ସବ କରିବାକୁ ନିସ୍ପତ୍ତି ନିଆଯାଇଛି । ଆସନ୍ତା ଜାନୁୟାରୀ ୫ ତାରିଖରୁ ଏହା ଆରମ୍ଭ ହୋଇ ୭ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି କମିଟିର ସଭାପତି ଲକ୍ଷ୍ମଣ କୁମାର ମେହେର କହିଛନ୍ତି ଯେ, ଆଦିବାସୀଙ୍କର ଉନ୍ନତ ପରଂମ୍ପରା ମଧ୍ୟରେ ସୁଲିଆ ପର୍ବ ଯାଉଛି । କେବଳ ଆଦିବାସୀମାନେ ସୁଲିଆପୂଜା
କରୁଛନ୍ତି ଓ ଏହାର ପ୍ରଚାର ପ୍ରସାର ପାଇଁ ମହୋତ୍ସବର ଆୟୋଜନ କରାଯାଉଛି । ଅଞ୍ଚଳର ଲୋକଙ୍କୁ ନେଇ ମହୋତ୍ସବ ପାଳନ ହେଉଛି ବୋଲି କହିଛନ୍ତି । କୁମୁରିଆ ସାନଖଳାର ପୂଜକ ହରିହର ଝାଙ୍କର କହିଛନ୍ତି ଯେ, ବଡଖଳାଠାରୁ ୧୯୭୦ ମସିହାରୁ କୁମୁରିଆ ସାନଖଳା ଭାଗ ହୋଇସାରିଛି । ସୁଲିଆର ପ୍ରଚାରପ୍ରସାର ପାଇଁ କୁମୁରିଆଠାରେ ମଧ୍ୟ ସୁଲିଆ ମହୋତ୍ସବ କରାଯାଉଛି । ଆଦିବାସୀଙ୍କ ସଂସ୍କୃତି ଓ ପରଂମ୍ପରାକୁ ବଜାୟ ରଖି ସବୁକିଛି କରାଯାଉଛି ବୋଲି ପୂଜକ ଶ୍ରୀ ଝାଙ୍କର କହିଛନ୍ତି ।