-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବରପାଲି ( ସୁଦାମ ଦୀପ )
ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦ୍ବିତୀୟ ଦିନରେ ପହଂଚିଛି । ଆଜିର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ମାନ୍ୟବର ସାଂସଦ, ବରଗଡ଼ ଯୋଗଦେଇ ନିଜର ପ୍ରେରଣାଦାୟୀ ବକ୍ତବ୍ୟ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ. ବିଧୁଭୂଷଣ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବରେ ଡ. ନୃପରାଜ ସାହୁ, କୁଳ ସଚିବ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୋଗଦେଇ ବରପାଲି ଅଞ୍ଚଳ ତଥା ମହାବିଦ୍ୟାଳୟର ଗୌରବମୟ ଇତିହାସର କଥା ସ୍ମରଣ କରାଇଥିଲେ । ଠିକ୍ ସେହିପରି ଦ୍ବିତୀୟ ଅଧିବେଶନରେ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ବରଗଡ଼ ଏବଂ ଶ୍ରୀଯୁକ୍ତ ଅଶୋକ କୁମାର ପାଣିଗ୍ରାହୀ, ପୂର୍ବତନ ବିଧାୟକ, ବିଜେପୁର ପ୍ରମୁଖଙ୍କ ଭବ୍ୟ ଉପସ୍ଥିତିରେ କାର୍ଯ୍ୟକ୍ରମ ସୁଚାରୁରୂପେ ସଫଳ ହୋଇଥିଲା । ଏ ଅବସରରେ ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ କ୍ରିଷ୍ଣା ଗ୍ରୁପ, ବଲାଙ୍ଗୀର ଓ କଳାଜୀବି, ବରଗଡ଼ର ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।