-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
29-Dec-2024
ଢେଙ୍କାନାଳ(ପ୍ରେରଣା ଖବର): "ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଓଡ଼ିଶା" ଢେ଼ଙ୍କାନାଳ ଜିଲ୍ଲା ଶାଖାର ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଢେଙ୍କାନାଳ ସହର ସ୍ଥିତ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଭ୍ୟ ଗଗନ ବିହାରୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଏସ୍ ୟୁ ଜେ ର ରାଜ୍ୟ ସଭାପତି କୈଳାଶ ନାୟକ ଯୋଗ ଦେଇ ଏସୟୁଜେ ଓଡ଼ିଶା ସଂଗଠନ ସମ୍ପର୍କରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରିଥିଲି। ଜାତୀୟ ପରିଷଦ ସଭ୍ୟ ମଧୂପ ରଞ୍ଜନ ନନ୍ଦଙ୍କ ଆବାହକତ୍ବ ତଥା ପ୍ରଦ୍ୟୋତ କୁମାର ବିଶ୍ଵାଳଙ୍କ
ପରିଚାଳନା କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବିପିନ ବିହାରୀ ସେଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ସେମାନଙ୍କ ମତାମତ ରଖି ଏସୟୁଜେ ଓଡ଼ିଶା ଗଠନର ଉଦ୍ଦେଶ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାଏକ ଏବଂ ଅନ୍ୟ ବରିଷ୍ଠ ସଭ୍ୟ ମାନେ ଏନେଇ ବିସ୍ତୃତ ସୂଚନା ରଖିଥିଲେ। ଶେଷରେ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l