-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
30-Dec-2024
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅର୍ନ୍ତଗତ ବିଶ୍ୱ ପ୍ରସିଦ୍ଧ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ସ୍ଥିତ ସୋମେଶ୍ୱର ମହାଦେବ ଙ୍କ ମନ୍ଦିର ପରିସରରେ ୧୦୫ ତମ ଶିବରାତ୍ରି ମେଳା ଓ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ସଭାପତି ମାଣିକ ଚନ୍ଦ ଜୈନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ର ଆବାହକ ଅନିଲ କୁମାର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେବା ସହ ଡବଲ ଇଞ୍ଜିନ ସରକାର ମନ୍ଦିର ମାଳିନୀ ରାଣୀପୁର ଝରିଆଲ ପୀଠକୁ ପ୍ରସାଦ ଯୋଜନାରେ ସାମିଲ କରିଥିବାରୁ ଉଭୟ ସରକାର ଙ୍କ ସହ ବଲାଙ୍ଗୀର ସାଂସଦ ସଂଗିତା ସିଂହଦେଓ ଏବଂ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କୁ ଅଞ୍ଚଳ ବାସି ଙ୍କ ତରଫରୁ ଧନ୍ୟବାଦ୍ ଦେଇଥିଲେ। ଏବଂ ଚଳିତବର୍ଷ ଉଭୟ ମହାଶିବରାତ୍ରି ମେଳା ଏବଂ ମହାଶିବରାତ୍ରି ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ପୀଠର ବିକାଶ ପାଇଁ ଚଳିତ ମାସ ୨୬ ତାରିଖ ରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଜୁମ ମିଟିଙ୍ଗ ହୋଇଥିବା ସୁଚନା ଦେଇଥିଲେ ଏବଂ ଚଳିତବର୍ଷ ର ଶିବରାତ୍ରି ମେଳା ଓ ମହୋତ୍ସବ କେମିତି ସ୍ମରଣୀୟ ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା,ବଙ୍ଗୋମୁଣ୍ଡା ସରପଞ୍ଚ ସଂଘ ସଭାପତି ଅଜିତ ଯୋଶୀ,ସାଂସଦ ପ୍ରତିନିଧି ଅନିଲ ନାଏକ, ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ,ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ଖିରସିନ୍ଧୁ ଭୋଇ, ଇନ୍ଦ୍ରମଣି ଭୋଇ, ଧନିରାମ ଭୋଇ, ଡଃ ନାରାୟଣ ମିଶ୍ର, ମଞ୍ଜେସ ମେହେର,ଗୋପୀ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ସୋମେଶ୍ୱର ମହାଦେବ ମନ୍ଦିରର ପୂଜକ ପଣ୍ଡିତ ଜଗମୋହନ ତ୍ରିପାଠୀ , ସିନ୍ଧେକେଲା ବଣିକ ସଂଘ ସଭାପତି ସୁବାଷ ଜୈନ, ମିଡ଼ିଆ ପ୍ରଭାରୀ ଦିନେଶ ଜୈନ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନଙ୍କ ମଧ୍ୟରେ ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା, ଠେମରା ସରପଞ୍ଚ ଲକ୍ଷ୍ମୀ ବାଗ, ଯୁବନେତା ଯୁବରାଜ ବାଗ, ବଲଧା ସରପଞ୍ଚ ସଦାନନ୍ଦ ତାଣ୍ଡି , ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା, ଝଳପ ସରପଞ୍ଚ ଙ୍କ ସ୍ବାମୀ ଗୋବିନ୍ଦ ପୁଟେଲ, ଅର୍ସାତୁଲା ସରପଞ୍ଚ ଙ୍କ ସ୍ବାମୀ ସଞ୍ଜୟ ପୁଟେଲ, ଝରିଆଲ ସମିତି ସଭ୍ୟ ରାଜୁ ହାତୀ, ମୁଣ୍ଡ ପଦର ସମିତି ସଭ୍ୟ ନିଳକଣ୍ଠ ବାରିକ, ଭୁର୍ଷାଗୁଡା ସମିତି ସଭ୍ୟ ଦ୍ରୋପଦ ବାରିକ, ବେଳପଡା ସମିତି ସଭ୍ୟ ହର ମେହେର ,ଚାନ୍ଦୋତରା ସମିତି ସଭ୍ୟା ଙ୍କ ଭାଇ ଘାସିରାମ ସାହୁ,ଗନ୍ଧରାବନ୍ଦ ସମିତି ସଭ୍ୟା ଙ୍କ ସ୍ବାମୀ ଖଗେଶ୍ବର ବାଗ,
ଖଇରା ସମିତି ସଭ୍ୟା ଙ୍କ ସ୍ବାମୀ ମାନା ତାଣ୍ଡି ପ୍ରମୁଖ ଙ୍କ ସହ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁ ତଥା ମନ୍ଦିର କମିଟିର ପର୍ମାନନ୍ଦ ଭୋଇ , କୃଷ୍ଣ ସାହୁ, ପ୍ରହଲ୍ଲାଦ ସାହୁ , ପହଲେଶ୍ବର ପୁଟେଲ, ଗଣେଶ ସାହୁ , ଲଲିତ ସାହୁ, ଜ୍ୟୋତି ସାହୁ, ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ, ତପନ ଜୈନ, ନବ ଭରାସଗ୍ରିଆ, ପୁରୁଷୋତ୍ତମ ଭୋଇ, ମହାଦେବ ଭୋଇ, ସରୋଜ ସୁନା,ମନୁ ପାୟା ସିଂ, ଗୌରାଙ୍ଗ ମହାନନ୍ଦ, ଯୁଗଲ କିଶୋର ପୁଟେଲ, ହୃଷୀକେଶ ଭୋଇ, ଧର୍ମେନ୍ଦ୍ର ଗହୀର, ଯୁବରାଜ ବନଛୋର ଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ବ୍ଲକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ବୈଠକରେ ତନ୍ତ୍ର, ମନ୍ତ୍ର,ସିଦ୍ଧି,ସାଧନାର ପୀଠ ଚଉଷଠି ଯୋଗିନୀ ପୀଠରେ ପ୍ରତିବର୍ଷ ମହାଶିବରାତ୍ରି ମେଳା ଧୁମଧାମରେ ପାଳନ ହେଉଥିବା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା।