-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
29-Dec-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତସୁବଳୟା ମହାବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦୮-୦୯ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରାୟ ୧୫ ବର୍ଷ ପରେ ସମସ୍ତେ ଏକତ୍ରିତ ହୋଇ ପରସ୍ପର ମଧ୍ଯ ରେ ବେଶ ଆନନ୍ଦ ର ସହିତ ଭାବର ଆଦାନ ପ୍ରଦାନ କରିଥିଲେ।ଆଗାମୀ ଦିନରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଗଲା।ଏହି ବନ୍ଧୁତ୍ୱକୁ ସବୁଦିନ ପାଇଁ ବଜାୟ ରଖିବାକୁ ସମସ୍ତେ ମତବ୍ୟକ୍ତ କରିଥିଲେ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କ୍ରମ ରେ ପୁରାତନ ଛାତ୍ର ପଙ୍କଜ ନାଏକ, ସଂଜିତ୍ ମୁଦୁଲି, ସଙ୍କୀର୍ତ୍ତନ ସାହୁ, ସଞ୍ଜିବ ବାଘ, ରଶ୍ମିତା ମହାକୁର, ରୀମାରାଣୀ ପ୍ରଧାନ, ବାଦଲ ଅଗ୍ରୱାଲ, ସୁବର୍ଣ୍ଣ ପ୍ରଧାନ, ସୁଶାନ୍ତ ଭୋଇ, ଲମ୍ବଦର ପ୍ରଧାନ, ଆଲୋକ ସାହୁ, ନାଗେଶ୍ଵର ପାଣିଗ୍ରାହୀ,ଦେବରାଜ ମିଶ୍ର, ଜଗମୋହନ କର୍ଣ୍ଣ, ଅନ୍ନପୂର୍ଣ୍ଣା ସିଂ,ଏହି ପରି ଅନେକ ପୁରାତନ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଆୟୋଜକ ବନ୍ଧୁଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।