-+91-9937148622 |

prerana_bgr@rediffmail.com |

  Wednesday 6th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||      ବରପାଲି ଶୀତଳଷଷ୍ଠୀ ତାଡ଼କାସୁର ଭୂମିକା ପାଇଁ ବରିଷ୍ଠ କଳାକାର ଜଗଦାନନ୍ଦ ମିଶ୍ରଙ୍କୁ ବରଣ   (05-May-2026)       ||      କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ଜିଲ୍ଲାପଳାଙ୍କ ଅଭିଯୋଗ ଶୁଣାଣି : ୬୧ଟି ଆବେଦନ ଗ୍ରହଣ ସହ ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର କ୍ୟାମ୍ପ    (05-May-2026)       ||      ଦୀର୍ଘ ଦିନ ଧରି ପାଇପ୍ ମରାମତି ଅଭାବରୁ ପାଇପ୍ ପାଣି ଲିକ୍ ବସୁଧା ପାଣି ପାଇଁ ପାରୁନାହାନ୍ତି ରାଜେନିପ୍ଡିଆ ସାହି ଲୋକ ଅନ୍ତସନ୍ତ ହୋଇ ରହୁଛନ୍ତି ଗ୍ରାମ ବାସୀ   (05-May-2026)       ||      ଚାଷୀ ସଚେତନତା ସମାବେଶ    (05-May-2026)       ||      ରଘୁନାଥ ଜୀଉ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା   (05-May-2026)       ||      ଅଧଘଣ୍ଟା ଧରି ପଡି ରହିଲେ ଡାକ୍ତର ଦେଖୁଲେ ନାହିଁ ♦️ ଏଇ ହେଉଛି ବିଶ୍ୱସ୍ତରୀୟ ହସ୍ପିଟାଲ   (05-May-2026)       ||     

HOME   ଜିଲ୍ଲା

ଫେବୃୟାରୀ ୨ରୁ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ - ୯ ଦିନ ଧରି ପୁରୀ ସାମୁକା ସମୁଦ୍ର କୂଳରେ ପ୍ରକମ୍ପିତ ହେବ ମନ୍ତ୍ର ଧ୍ଵନୀ - ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗଦେବେ ୧୫୧ ପଣ୍ଡିତ - ରାଜ୍ୟବାସୀଙ୍କର ସୁଖ, ଶାନ୍ତି, ସମୃଦ୍ଧି, ପରିବେଶ ଓ

29-Dec-2024



 ବାୟୁମଣ୍ଡଳର ଶୁଦ୍ଧିକରଣ ନିମନ୍ତେ ଓଡ଼ିଶାରେ ପ୍ରଥମ ଥର ବିଶାଳ ମହାଯଜ୍ଞ

ପୁରୀ/ ଭୁବନେଶ୍ବର-: ଯଜ୍ଞ ସମାଜର ମଙ୍ଗଳ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ପାଇଁ ଏକ ମାର୍ଗ ଅଟେ। ମନକୁ ଶୁଦ୍ଧ ଓ ପବିତ୍ର କରିବା ସହ ଭଗବାନଙ୍କ ସହ ଯୋଡ଼ିହେବାରେ ଯଜ୍ଞ ମଧ୍ୟ ଏକ ଦିଗ ଅଟେ। ସମାଜ ତଥା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଗୋଟିଏ ସ୍ଥାନରେ ଏକତ୍ରିତ କରି ସମାଜ 
କଲ୍ୟାଣ ଓ ସୁଖ, ଶାନ୍ତିର ପ୍ରାର୍ଥନା କରିବାର ଏକ ଅବସର। ଏହି ପରିପ୍ରେକ୍ଷୀରେ ଏକ ସୁସ୍ଥ, ସ୍ବଚ୍ଛ ପରିବେଶ ଭିତରେ ହଜାର ହଜାର ଲୋକଙ୍କୁ ଏକାଠି କରି ରାଜ୍ୟର ଶାନ୍ତି, ସମୃଦ୍ଧି, ପରିବେଶ କଲ୍ୟାଣର୍ଥେ ତଥା ବାୟୁମଣ୍ଡଳ ଶୁଦ୍ଧିକରଣ ନିମନ୍ତେ ଏହି ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ ଆୟୋଜନ କରାଯାଉଅଛି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ଏକ ବିଶାଳ ଯଜ୍ଞର ଆୟୋଜନ କରାଯାଉଛି। ପୂଜାନନା ଯଜ୍ଞ ଫାଉଣ୍ଡେସନ  ଏଵଂ ପରିବର୍ତ୍ତନ ଓଡିଶା ତଥା ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କ ପକ୍ଷରୁ ଫେବୃୟାରୀ ୨ ତାରିଖ (ରବିବାର)ଶ୍ରୀ ପଞ୍ଚମୀଠାରୁ ୧୦ ତାରିଖ ସୋମବାର ମାଘ ଶୁକ୍ଳ ତ୍ରୟୋଦଶୀ ପର୍ଯ୍ୟନ୍ତ ଏହି ମହାଯଜ୍ଞ ପୁରୀ ବ୍ରହ୍ମଗିରି ରାସ୍ତା ଗିରଳ ଛକ ନିକଟସ୍ଥ ଶାମୁକା ପ୍ରକଳ୍ପ ପାଖରେ ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୫୧ ଜଣ ବୈଦିକ ବ୍ରାହ୍ମଣ ଯୋଗଦେବେ। ବେଦଧ୍ବନିର ପୁରି ଉଠିବ ସମଗ୍ର ପରିବେଶ। ପାଖାପାଖି ୧୬ ଏକର ସ୍ଥାନରେ ଏହି ମହାଯଜ୍ଞ ଆୟୋଜିତ ହେଉଛି। ସମୁଦ୍ର କୂଳର ସୁସ୍ଥ ବାତାବରଣ ସହ ଛୋଟ ଛୋଟ କୁଡ଼ିଆ, ଓଡ଼ିଶାର କଳା, ସଂସ୍କୃତିକୁ ରୁଦ୍ଧିମନ୍ତ କଲାଭଳି ପରିବେଶ ଭିତରେ ଏହି ବିଶାଳ ଯଜ୍ଞ ଅନୁଷ୍ଠିତ ହେବ। ଏହି ଯଜ୍ଞରେ ବିଭିନ୍ନ ସ୍ଥାନରୁ ପଣ୍ଡିତମାନେ ଯୋଡ଼ି ହେଉଥିବାରୁ ତାହା ସମଗ୍ର ବିଶ୍ବକୁ ଏକ ନିଆରା ବାର୍ତ୍ତା ପ୍ରଦାନ କରିବ। ହଜାର ହଜାର ଶ୍ରଦ୍ଧାଳୁ ପ୍ରତ୍ୟେହ ଏହି ଯଜ୍ଞାନୁଷ୍ଠାନରେ ଯୋଗଦେବାର ସମ୍ଭାବନା ରହିଛି। ଏଥିସହ ପୂର୍ବେ ଯଜ୍ଞର ଆବଶ୍ୟକତା କିଭଳି ଥିଲା ଆଉ ସାମ୍ପ୍ରତିକ ସମୟରେ ଏହା କିଭଳି ସମାଜ ପାଇଁ ଅପରିହାର୍ଯ୍ୟ ତାହା ଏହି ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞରୁ ଜାଣିହେବ।  ଯଜ୍ଞ ସ୍ଥଳରେ ପରିବେଶ ବିଜ୍ଞାନୀ ଉପସ୍ଥିତ ରହି ସେମାନଙ୍କର ଯାନ୍ତ୍ରିକ ସାମଗ୍ରୀର ଉପଯୋଗ କରି ଯଜ୍ଞ ଦ୍ବାରା ପରିବେଶ କିପରି ପ୍ରଦୂଷଣ ମୁକ୍ତ ହେଉଛି ତାହାର ଉଦାହରଣ ପ୍ରସ୍ତୁତ କରିବା ଶହ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିବେ ।
      ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞରେ ମହଲକ୍ଷ୍ମୀଙ୍କର  ୮ଟି ସ୍ୱରୂପ ଯଥା ଗଜ ଲକ୍ଷ୍ମୀ, ଆଦିଲକ୍ଷ୍ମୀ, ବିଜୟା ଲକ୍ଷ୍ମୀ, ଧନ ଲକ୍ଷ୍ମୀ, ବୀରା ଲକ୍ଷ୍ମୀ, ବିଦ୍ୟା ଲକ୍ଷ୍ମୀ, ସନ୍ତାନ ଲକ୍ଷ୍ମୀଙ୍କର ପୂଜା କରାଯିବ। ଏକ ସନ୍ତୁଳିତ ଜୀବନଶୈଳୀ ଗଢିବାରେ ଏହି ମହାଯଜ୍ଞର ବିଶେଷତ୍ଵ ରହିଛି। ଓଡ଼ିଶାବାସୀଙ୍କ ସୁଖ,ଶାନ୍ତି, ସମୃଦ୍ଧି ନେଇ ପ୍ରାର୍ଥନା କରିବା ସହ ଯଜ୍ଞରେ ସମସ୍ତ ଶୁଦ୍ଧ ଓ ପ୍ରାକୃତିକ ପଦାର୍ଥର ବ୍ୟବହାର ଏବଂ ପୂଜାର ଶୁଦ୍ଧତା ଓ ଗୁଣବତ୍ତାକୁ ପୁଣିଥରେ ସମସ୍ତଙ୍କ ପାଖେ ପହଞ୍ଚାଇବା ଏହି ଯଜ୍ଞର ମୂଳ ଲକ୍ଷ୍ୟ। ମହାଯଜ୍ଞରେ ୨୫ ଟି ଯଜ୍ଞ କୁଣ୍ଡ ରହିବ। ଯେଉଁଠି ପଣ୍ଡିତମାନେ ଆଧ୍ୟାତ୍ମିକ, ମାନସିକ, ଭାବାବେଗ ସହ ଉପସ୍ଥିତ ଲୋକଙ୍କୁ ଯୋଡ଼ିବା ପାଇଁ ପ୍ରାୟ ୧୨ ଲକ୍ଷରୁ ଅଧିକ ମନ୍ତ୍ର ପଢ଼ିବେ। ସେହିପରି ୧.୨୦ ଲକ୍ଷ ଆହୁତି ଏହି ନବଦିନାତ୍ମକ ଯଜ୍ଞାନୁଷ୍ଠାନରେ ପ୍ରଦାନ କରାଯିବ। ଯେଉଁଥିରେ ଶୁଦ୍ଧ ଘିଅ, ଚେରମୂଳି,ପ୍ରାକୃତିକ ଧୂପ ଆଦି ବ୍ୟବହାର କରାଯିବ। ମୁଖ୍ୟ ଯଜ୍ଞ କୁଣ୍ଡକୁ ଲାଗି ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରେ ୪ଗୋଟି ଯଜ୍ଞ ମଣ୍ଜଡପ ରହିବ। ସେଠାରେ ମା ଲକ୍ଷ୍ମୀଙ୍କର ୮ ଗୋଟି ମୂର୍ତ୍ତି ପ୍ରତିଷ୍ଠା ହେବ। ଆହୁତି ପ୍ରଦାନ କରିବା ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ପାଖାପାଖି ୨୫ କୁଇଣ୍ଟାଲରୁ ଅଧିକ ଶୁଦ୍ଧ ଘିଅ ବ୍ୟବହାର କରାଯିବ। ଯାହା ଏକ ସାମୂହିକ ଆଧ୍ୟାତ୍ମିକ ପରିବେଶ ଗଢ଼ିବାରେ ବିଶେଷ ସହାୟକ ହେବ। ଏଥି ସହ ପ୍ରସାଦ ସେବନ, ଜଳ ଯୋଗାଣର ସୁବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ମହାଯଜ୍ଞ ଉପଲକ୍ଷେ ଶନିବାର ଜୟଦେବ ଭବନଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଫାଉଣ୍ଡେସନର ସଭାପତି ଶ୍ରୀ ଗୁରୁ ଚରଣ ପଣ୍ଡା ମହାଯଜ୍ଞ ନେଇ କହିଛନ୍ତି, ଏହା ଓଡ଼ିଶା ପାଇଁ ଏକ ନବଦିନାତ୍ମକ ଆଧ୍ୟାତ୍ମିକ ମହୋତ୍ସବ। ଏହା ଶାନ୍ତି, ପରିବେଶର ଶୁଦ୍ଧିକରଣ ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ପାଇଁ ସାମଗ୍ରିକ ଆହ୍ବାନ। ସମସ୍ତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେଇ ପରିବର୍ତ୍ତନଶୀଳ ଯାତ୍ରାରେ ଯୋଡ଼ି ହେବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ। ପ୍ରଥମେ ପଣ୍ଡିତ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କର ବେଦ ପାଠ ପୂର୍ବକ ଏହି ସମ୍ମିଳନୀକୁ ପ୍ରାରମ୍ଭ କରିଥିଲେ। ସ୍ଗାଗତ ସମ୍ଭାଷଣ ଏବଂ ଯଜ୍ଞର ଭୂମିକା ପ୍ରସ୍ତୁତ ସମ୍ପର୍କରେ ଯଜ୍ଞ ଅଭ୍ୟର୍ଥନା କମିଟିର ସଭାପତି ଜିତେନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆଚାର୍ଯ୍ୟ ଜଗନ୍ନାଥ ରଥ, ବଡ଼ ଓଡ଼ିଆ ମଠ ପୁରୀର ମହନ୍ତ ମହାରାଜ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ, ପୁରୀ ଯଜ୍ଞ କମିଟି ସଦସ୍ୟ ସଂଗ୍ରାମ କାନୁନଗୋ, ପରିବେଶ ବିଜ୍ଞାନୀ ଡ. ଅନନ୍ତ ସାହୁ, ପରିବର୍ତ୍ତନ ଓଡ଼ିଶାର ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ଦାସ, ପୂଜାନନା ଯଜ୍ଞ ଫାଉଣ୍ଡେଶନର କୋଷାଧ୍ୟକ୍ଷ କିଶନ ବଲୋଦିଆ, ସମ୍ପାଦକ ବଚ୍ଚନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026
  ଜିଲ୍ଲା  
ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   05-May-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   05-May-2026
  ଜିଲ୍ଲା  
ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   05-May-2026
  ଜିଲ୍ଲା  
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   05-May-2026
  ଜିଲ୍ଲା  
ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   05-May-2026
  ଜିଲ୍ଲା  
ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   05-May-2026

You Might Also Like