-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
29-Dec-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଯୁବକବି ତଥା ସଂଗଠକ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ସାହିତ୍ୟ ସାରଥୀ ସମ୍ମାନ ୨୦୨୪ରେ ସମ୍ବର୍ଦ୍ଧିତ କରିଛି ଯାଜପୁର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାମନ୍ତସିଂହାର ସାହିତ୍ୟ ସୃଜନୀ । ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, ଗତ ୨୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବିନିକାଠାରେ ଯାଜପୁର ଜିଲ୍ଲା ବଡ଼ଚଣାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସୃଜନୀ ତାର ତୃତୀୟ ରାଜ୍ୟ ସ୍ତରୀୟ ବାର୍ଷିକ ସାରସ୍ଵତ ସମାବେଶ ମହା ସମାରୋହରେ ଆୟୋଜନ କରିଛି । ଦୁଇଟି ଅଧିବେଶନରେ ଆୟୋଜିତ ଉକ୍ତ ଉତ୍ସବର ପ୍ରଥମ ଅଧିବେଶନର ମହାରାଜା ବିକ୍ରମାଦିତ୍ୟଙ୍କ ଦରବାରରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଆକାଶବାଣୀ ଭବାନୀପାଟଣାର ବେତାର ଉଦ୍ଘୋଷିକା ସୁମତି ମୁଣ୍ଡ ଓ ଝାରସୁଗୁଡାର ଶିକ୍ଷାବିତ କବି ରମେଶ ଚନ୍ଦ୍ର ପଶାୟତଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ବରଗଡ଼ ଅଞ୍ଚଳର ବରିଷ୍ଠ ଅଭିନେତା ତଥା ସାହିତ୍ୟିକ ବଟକୃଷ୍ଣ ସାହୁ ରାଜା ବିକ୍ରମାଦିତ୍ୟ ଭୂମିକାରେ ଅଭିନୟ କରି ମଞ୍ଚାସୀନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଗୋଳର ବ୍ୟଙ୍ଗ ବାରୁଦ ଶ୍ରୀ ଅବାଗିଆ ଡଃ ବୈରାଗୀ ଚରଣ ମଲ୍ଲିକ, ବଲାଙ୍ଗିରର ସମାଜସେବୀ କବୟିତ୍ରୀ ଲିଲି ପଟେଲ, ଆସୁକବି ହେମନ୍ତ ଦାଶ, ଅନୁଷ୍ଠାନର ସହ ସମ୍ପାଦିକା ଡ଼ଃ ପ୍ରିୟଦର୍ଶିନୀ ମିଶ୍ର, ଯାଜପୁରର ବରିଷ୍ଠ କବୟିତ୍ରୀ ଜୟନ୍ତୀ ଜେନା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସେହିପରି ଦ୍ବିତୀୟ ଅଧିବେଶନରେ ଅନୁଷ୍ଠାନର ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ସୁବର୍ଣ୍ଣପୁରର ବରିଷ୍ଠ ସାହିତ୍ୟିକ ହୃଷୀକେଶ ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଧର୍ମଶାଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ପୁରୁଷୋତ୍ତମ ମିଶ୍ତ ମୁଖ୍ୟ ବକ୍ତା, ଲିପିତତ୍ଵ ଗବେଷକ ଡଃ କୈବଲ୍ୟ ମିଶ୍ର ସମ୍ମାନୀତ ଅତିଥି ଏବଂ କଳାହାଣ୍ଡିର ବରିଷ୍ଠ ସାହିତ୍ୟିକା ଗୀତାଞ୍ଜଳି ମହାନ୍ତି ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ । ସେହିପରି ଦ୍ବିତୀୟ ଅଧିବେଶନରେ ଅନୁଷ୍ଠାନର ସଭାପତି ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ସୁବର୍ଣ୍ଣପୁରର ବରିଷ୍ଠ ସାହିତ୍ୟିକ ହୃଷୀକେଶ ହୋତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଧର୍ମଶାଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ତ ମୁଖ୍ୟ ବକ୍ତା, ଲିପିତତ୍ଵ ଗବେଷକ ଡଃ କୈବଲ୍ୟ ମିଶ୍ର ସମ୍ମାନୀତ ଅତିଥି ଏବଂ କଳାହାଣ୍ଡିର ବରିଷ୍ଠ ସାହିତ୍ୟିକା ଗୀତାଞ୍ଜଳି ମହାନ୍ତି ସମ୍ମାନୀତ ବକ୍ତା ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ନଟବର ପ୍ରଦାନ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଅମୂଲ୍ୟ କୁମାର ନାୟକ ବିବରଣୀ ପଠନ କରିଥିଲେ ଶେଷରେ ସହ ସମ୍ପାଦିକା ଡ଼ଃ ପ୍ରିୟଦର୍ଶିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମାଟି ଲଗ୍ନା ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ପାଢ଼ୀଙ୍କୁ ମାନପତ୍ର ଓ ଉତ୍ତରୀୟ ସହ ଅନୁଷ୍ଠାନ ତରଫରୁ ସାହିତ୍ୟ ସାରଥୀ ସମ୍ମାନ ୨୦୨୪ ରେ ସମ୍ବର୍ଧିତ କରାଯାଇଥିଲା । ପ୍ରକାଶ ଥାଉ କି ପାଢ଼ୀ ପୂର୍ବରୁ ମାଟିଲଗ୍ନା ରତ୍ନ ସମ୍ମାନ, ଶୀତଳେଶ୍ୱରୀ ସମ୍ମାନ, ସବ୍ୟସାଚୀ ସମ୍ମାନ, ନୀଳଚକ୍ର ସମ୍ମାନ - ୨୦୨୩, ମାଟିଲଗ୍ନାଶ୍ରୀ ସମ୍ମାନ, ଶବ୍ଦ ସାରଥୀ ସମ୍ମାନ, ପ୍ରକୃତି ସାଥୀ ସମ୍ମାନ ୨୦୨୨, ମାଟିଲଗ୍ନା ମହାରଥୀ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ।