-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
29-Dec-2024
ଯାଜପୁର/ବରୀ(ରଞ୍ଜିତ ମହାନ୍ତି) ବରୀ ବ୍ଲକ ଅଧିନସ୍ଥ ବାଲିବିଲି ଗ୍ରାମର ଗ୍ରାମ ଦେବତୀ ପୀଠ ରେ ଆଜିଠାରୁ ବିଶ୍ୱ ଶାନ୍ତି ଚଣ୍ଡୀ ଯଜ୍ଞ ଆରମ୍ଭ ହୋଇ ଦୀର୍ଘ ୪ଦିନ ଧରି ଚାଲିବ ବୋଲି କମିଟି ତରଫରୁ ସୂଚନା ମିଳିଛି। ଵିଧି ଅନୁଯାୟୀ ୨୭ ତାରିଖ କଳସ ଯାତ୍ରା ଓ ଅଙ୍କୁର ରୋପର୍ଣ, ୨୮/୧୨/୨୦୨୪ ରେ ସୂର୍ଯ୍ୟ ପୂଜା, ଯଜ୍ଞ କାର୍ଯ୍ୟ ଆରମ୍ଭ ୨୯ /୧୨/୨୦୪ ରିଖରେ ସୂର୍ଯ୍ୟ ପୂଜା ୨ୟ ଦିନର ଯଜ୍ଞ କାର୍ଯ୍ୟ ଓ ତା ୩୦/୧୨/୨୦୨୪ ସୂର୍ଯ୍ୟ ପୂଜା, ଧେନୁ ପୂଜା, ପୂର୍ଣ୍ଣାହୃତୀ ଓ ନାମ ସକ୍ରୀତନ କାର୍ଯ୍ୟକ୍ରମ ରହିଛି।ଏତଦ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ପ୍ରତି ବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାନେ ଯୋଗ ଦେଉଥିବାରୁ ସେମାନଙ୍କ ପାଇଁ ଅନୁଷ୍ଠାନ ତରଫରୁ ୩ ଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହି ଯଜ୍ଞ ଉତ୍ସବ କୁ ସପୃର୍ଣ୍ଣ କରିବା କ୍ଷତ୍ରରେ କମିଟି ର ସଭାପତି ଗୁରୁଚରଣ ପଢିଆରୀ, ଦିଲ୍ଲୀପ ନାୟକ, ଚକ୍ରଧର ପଡିହାରୀ, ପ୍ରିୟ ରଂଜନ ରାଉତ ରାଜ କିଶୋର ପଡିହାରୀଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ମାନେ ଅଂଚଳ ବାସୀଙ୍କୁ ନିବେଦନ କରିଛନ୍ତି।