-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Dec-2024
ଅତାବିରା(ଆକାଶ ମିଶ୍ର) ଅତାବିରା ବ୍ଲକ ଅନ୍ତର୍ଗତ ଅମଲି ପାଲି ପଞ୍ଚାୟତର କୁକେତିରା ଗ୍ରାମର ଭୋଗିଲାଳ ତାଣ୍ଡି ଙ୍କ ଧାନ କଟା ମେସିନ ସାହାଯ୍ୟରେ ଅମଲି ପାଲି ପଞ୍ଚାୟତର କୁକେତିରା ଗ୍ରାମର ଏକ ଭାଗ ଚାଷୀ ପିଛାଲୁ ବାଗଙ୍କ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳି ଯାଇଛି। ଆଜି ଅପରାହ୍ନ ୪ ଟା ରେ ଉକ୍ତ ଚାଷୀଙ୍କ ଚାଷ
ଜମିରୁ ଅଢେଇ ଏକର ଜମି ର ଧାନ କଟା ସାରିଥିଲା ଧାନ କଟା ମେସିନ ଦ୍ବାରା । ହଠାତ୍ କୌଣସି କାରଣରୁ ମେସିନ ରେ ସଟ ସର୍କିଟ ହୋଇ ନିଆଁ ଲାଗିଯିବାରୁ ହୁତୁ ହୁତୁ ହେଇ ଜଳି ଉଠିଥିଲା। ନିଆଁ କୁ ଆୟତ୍ତ କରି ନ ପାରି ତୁରନ୍ତ ଅତାବିରା ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲାବେଳକୁ ମେସିନ ର ଅଧାରୁ ଅଧିକ ଅଂଶ ପୋଡ଼ି ନଷ୍ଟ ହେଇ ସାରିଥିଲା ଏବଂ ମେସିନ ରେ ଥିବା ୫୨୩ କେଜି ଧାନ ମଧ୍ୟ ପୋଡ଼ି ଯାଇ ନଷ୍ଟ ହୋଇଥିଲା । କେରା କମ୍ପାନୀ ର ଏହି ମେସିନ ର ମୂଲ୍ୟ ୨୫ ଲକ୍ଷ ୬୫ ହଜାର ଟଙ୍କା । ଏହାକୁ କିଣିବା ପାଇଁ ମେସିନ ମାଲିକ ବ୍ୟାଙ୍କ୍ ରୁ ୧୫ ଲକ୍ଷ ଟଙ୍କା ଋଣ କରିଥିଲେ । ୨୦୨୨ ମସିହାରେ ସେ ଏହି ମେସିନ କୁ କିଣିଥିଲେ ।ଏବେ ସୁଦ୍ଧା ତାର ଏକ ତୃତୀୟାଂଶ ଋଣ ପରିଶୋଧ କରି ପାରି ନାହାନ୍ତି ।
ବର୍ତ୍ତମାନ ସେ କଣ କରିବେ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି ।ମେସିନ ଚାଳକ ବସିଥିବା ସିଟ ତଳେ ଥିବା ବ୍ୟାଟେରୀ ରେ ସଟ୍ ସର୍କିଟ ହୋଇ ତାଙ୍କୁ ଝଟକା ମରିଥିଲା। ଫଳରେ ସେ ମେସିନ କୁ ବନ୍ଦ କରି ଡେଇଁପଡ଼ିଥିଲେ। ତା ପରେ ସଙ୍ଗେ ସଙ୍ଗେ ମେସିନ ଜଳିବାରେ ଲାଗିଥିଲା ।
କିଛି ଉପାୟ ନ ପାଇ ସେ ଚିତ୍କାର କରି ଆଖପାଖ ଲୋକଙ୍କୁ ଡାକିଥିଲେ । ଭାଗ ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନ ସହ ଓ ମେସିନ ଜାଳିବା ନେଇ ଉଭୟେ ଏବେ ଚିନ୍ତା ରେ। ସରକାରୀ ସୂତ୍ରରୁ କ୍ଷତି ପୂରଣ ବାବଦ କୁ କିଛି ସହାୟତା ଆଶାରେ ଚାହିଁ ରହିଛନ୍ତି ।