-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ତଥା ଡୁଙ୍ଗୁରିପାଲି ମାରୱାଡି ଯୁବା ମଞ୍ଚ ପକ୍ଷରୁ ଡାକ୍ତରଖାନ ପରିସରରେ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଡୁଙ୍ଗୁରିପାଲି ବିଡ଼ିଓ ଦିଲୀପ କୁମାର ବାରା ଫିତା କାଟି ଉଦଘାଟନ କରି ନିଜେ ରକ୍ତଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରଥିଲେ। ମୋଟ ୪୩ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ବେଳେ ବୁର୍ଲା ଡାକ୍ତରଖାନରୁ ଡାକ୍ତର ମାନେ ଆସି ରକ୍ତ ସଂଗ୍ରହ କରିଥିଲେ। ଏହାକୁ ମାରୱାଡ଼ ଯୁବା ମଞ୍ଚର ସଭାପତି ଯୋଗେଶ ଅଗ୍ରୱାଲ,ସମ୍ପାଦକ ସଂକେତ ମିତଲ, କନଭେନର ମହେଶ ଅଗ୍ରୱାଲ,କୋ କାନଭେନର ପ୍ରଦୀପ ଅଗ୍ରୱାଲ ଙ୍କର ତ୍ୱବଧାନ ରେ ଅନୁଷ୍ଠିତ ହୋଇଥିଲା।