-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Dec-2024
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଗ୍ରାମରେ ଶୁକ୍ରବାର କୁରାଳ ସାମାଜ ପକ୍ଷରୁ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି କଳସ ଶୋଭାଯାତ୍ରା ବାହାରି ପୂଜା ମଣ୍ଡପ ଠାରେ କଳସ ସ୍ଥାପନ କରି ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପୂଜକ ରତନ ନନ୍ଦ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବିଦେଶି ରଣା ଓ ସହଧର୍ମିଣୀ ପଙ୍କଜିନୀ ରଣା କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ। ପ୍ରତ୍ୟେକ ବର୍ଷ ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ଦିନ ବେଳେ ପାରାୟଣ ଓ ରାତିରେ ପତର ସଉରା ବୈଠକ ହୋଇଥିବା ବେଳେ ଶନିବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏହି ଅବସରରେ ଅଞ୍ଚଳର ଶତାଧିକ କୁରାଳ ସାମାଜ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଏଥିରେ ସଭାପତି ବ୍ରହ୍ମାଶେଖର ରଣା, ସମ୍ପାଦକ ମଙ୍ଗୁଲୁରଣା, ଉପସଭାପତି ବିଶ୍ଵାମିତ୍ର ରଣା,ସହସମ୍ପାଦ ପଟାରି ରଣା, ଅରବିନ୍ଦ ରଣା ଓ ସଞ୍ଜୟ କୁମାର ରଣା ଉପସ୍ଥିତ ଥିଲେ।