-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   (09-Oct-2026)       ||      ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   (09-Oct-2026)       ||      ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   (09-Oct-2026)       ||      *ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   (09-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||     

HOME   ଜିଲ୍ଲା

ବିଶ୍ଵ ଦରବାରରେ ପରିଚିତ ଶଲାବୁଢାଙ୍କ ପ୍ରତିମୂର୍ତ୍ତି ଜନ୍ମ ମାଟି ବିନିକାରେ ନିର୍ମାଣ ହେବ କେବେ ?

06-Dec-2024



ବିନିକା(ହିମାଂଶୁ ଶେଖର ପୁଟେଲ): କଳା,ସଂସ୍କୃତି ଓ ଅଞ୍ଚଳର ଭାଷାକୁ ନେଇ ଯିଏ ବିଶ୍ଵ ଦରବାରରେ ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ସେହି  ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଟଳ ବିହାରୀ ପଣ୍ଡାଙ୍କ ଦେହାନ୍ତ ହେବାର ଇତି ମଧ୍ୟରେ ୩ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ଜନ୍ମ ମାଟି ବିନିକାରେ ଅଦ୍ୟାବଧି ତାଙ୍କର ପ୍ରତିମୂର୍ତ୍ତି ଟିଏ ନିର୍ମାଣ ହୋଇପାରିନାହିଁ। ଯାହା ଫଳରେ କଳା,ସଂସ୍କୃତି ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତି ବିଶେଷ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସୂଚନା ଯୋଗ୍ୟ ଯେ ଶ୍ରୀପଣ୍ଡାଙ୍କ ପରଲୋକ ଗମନ ପରେ ସେହି ସମୟରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଥିବା ଅଧିକାରୀ ମାନେ ପ୍ରତିମୂର୍ତ୍ତି ନିର୍ମାଣ ନେଇ ନିର୍ଭର ପ୍ରତିଶୃତି ଦେଇଥିଲେ ।କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ପରିତାପରର ବିଷୟ ଯେ ଦେଖୁ ଦେଖୁ ୩ବର୍ଷ ଅତିକ୍ରାନ୍ତ କରି ଗଲାଣି ।ହେଲେ ଅଦ୍ୟାବଧି ସ୍ବର୍ଗତ ପଣ୍ଡାଙ୍କ ପ୍ରତିମୂର୍ତ୍ତି ଟିଏ ଜନ୍ମ ମାଟି ବିନିକାରେ ନିର୍ମାଣ ହୋଇପାରିନାହିଁ। ମାଟିର ସୁଯୋଗ୍ୟ ସନ୍ତାନ ଅଟଳ ବିହାରି ପଣ୍ଡାଙ୍କ ପ୍ରତିମୂର୍ତ୍ତି   ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀ ମାନେ ସତରେ କଣ  କୁମ୍ଭକର୍ଣ୍ଣ ନିଦ୍ରା ପରି ଶୋଇରହିଛନ୍ତି କି କଳା ପ୍ରେମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଅନ୍ୟ ପକ୍ଷରେ ଜିଲ୍ଲାସ୍ତର ଓ ସଦର ମହକୁମାରେ କଳା ଏବଂ କଳାକାରଙ୍କୁ ସମ୍ମାନ ଦେବାର ପ୍ରଥା ଚାଲି ଆସୁଥିବା ବେଳେ ଜିଲ୍ଲାର ଅନ୍ୟ କୌଣସି ଅଂଚଳରେ କଳା ଏବଂ କଳାକାରଙ୍କୁ ସମ୍ମାନ ଦେବା ଜିଲ୍ଲା ପ୍ରଶାସନ ଶିଖି ନାହିଁ  କିମ୍ବା ମାନସିକତା ବି ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଆମ ଅଂଚଳର କଳା ସଂସ୍କୃତି ଓ ଭାଷାକୁ ନେଇ ବିଶ୍ୱ ଦରବାରରେ ପରିଚିତ କରେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓ ଏକାଧାରରେ ସମ୍ବଲପୁରୀ ଲେଖକ,କବି,ଗାଳ୍ପିକ, ଔପନ୍ୟାସିକ,ନାଟ୍ୟକାର ଏବଂ ଅଭିନେତା ଭାବେ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିବା "ଶଲା ବୁଢା" ଅଟଳ ବିହାରୀ ପଣ୍ଡା ଜଣେ କଳାକାର ନୁହନ୍ତି କି ?  ନ ହେଲେ ତାଙ୍କର ଅଵର୍ତମାନରେ ସାମାନ୍ୟ ଆବକ୍ଷ୍ୟ ପ୍ରତିମୁର୍ତି ଟିଏ ପାଇଁ ଏତେ ବର୍ଷ ଅପେକ୍ଷା କରିବାକୁ ପଡନ୍ତା ନାହିଁ । ଇତି ମଧ୍ୟରେ ରାଜ୍ୟ ଶାସନରେ ସରକାର ବଦଳିଛି ହେଲେ ପ୍ରଶାସନିକ ଅଧିକାରୀ ବଦଳି ନାହାନ୍ତି ଯିଏ ଯାହାର କାର୍ଯ୍ୟ ତୁଲାଉଛନ୍ତି ।ଆଗ ଅପେକ୍ଷା କିଛି ମାତ୍ରାରେ ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟରେ ତତ୍ପର ଥିବା ଜଣାପଡିଛି ।ଦେଖା ଯାଉ ପ୍ରତିମୂର୍ତ୍ତି ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିବା ପ୍ରଶାସନିକ ଅଧିକାରୀ ମାନେ ଏ ଦିଗରେ ଆଗକୁ କି ପଦକ୍ଷେପ ନେବେ ନା ଚୁପ ରହି ପୁଣି ବର୍ଷ ଗଡ଼ାଇବେ ତାହା ସମୟ ହିଁ କହିବ ।ସେ ଯାହା ବି ହେଉ ବିନିକା ଅଂଚଳର ଗର୍ବ ଗୌରବ ସ୍ବର୍ଗତ ଅଟଳ ପଣ୍ଡାଙ୍କର ପ୍ରତିମୁର୍ତି କେବେ ନିର୍ମାଣ ହେବ ସେହି ଦିନକୁ କଳା ପ୍ରେମୀ ଅପେକ୍ଷା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରପଞ୍ଚ ସଂଘ ସଭାପତିଙ୍କ ବିରୋଧରେ ଥାନାରେ ମାମଲା   09-Oct-2026
  ଜିଲ୍ଲା  
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ସ୍ଥାନରେ ଚଢ଼ାଉ   09-Oct-2026
  ଜିଲ୍ଲା  
ସୋହେଲାରେ ଜିଲା ସାମ୍ବାଦିକ ୟୁନିୟନ (ଜାବ୍) ବରଗଡର କାର୍ଯ୍ୟକାରିଣୀ ବୈଠକ   09-Oct-2026
  ଜିଲ୍ଲା  
*ପୋଡ଼ାଗଡ ଐତିହାସିକ ପୀଠରେ ନୂଆଁଖାଇ ଭେଟ ଘାଟ*   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ରାଜ୍ୟ  
ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଦ୍ଵିତୀୟ ଥର ପାଇଁ ପ୍ରେସ କାଉନସିଲ ସଭ୍ୟ ମନୋନୀତ   09-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026

You Might Also Like