-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
22-Nov-2024
କଣ୍ଟାମାଳ(ଜୟ କୁମାର ମହାରଣା): ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏବଂ କଣ୍ଟାମାଳ ବିଡ଼ିଓ ସାମୀ ଜୟଶ୍ରୀ ରେଡ଼ି କଣ୍ଟାମାଳ ବ୍ଳକ ଆମ୍ବଗାଁ ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରିଦର୍ଶନ ପାଇଁ ଆସିଥିଲେ ।
ସ୍କୁଳର ବିଜ୍ଞାନଗାର, ଇ-ଲାଇବ୍ରେରୀ ଏବଂ ଭୋକେସନାଲା ପରୀକ୍ଷାଗାର ବୁଲି ଦେଖିଥିଲେ ଓ ସ୍କୁଲରନବମ ଶ୍ରେଣୀକୁ ଯାଇ ଛାତ୍ରୀଛାତ୍ର ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଛାତ୍ରୀନିବାସ ରେ ରହୁଥିବା ଅନ୍ତେବାସୀ ଛାତ୍ରୀମାନଙ୍କ ଖାଇବା ଓ ମଶାରୀ ଟାଣି ଶୋଇବା ବିଷୟରେ ପଚାରିଥିଲେ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ପଚାରି ବୁଝିଥିଲେ l ଶେଷରେ ଦଶମ ଶ୍ରେଣୀ ଛାତ୍ର,ଛାତ୍ରୀ ମାନଙ୍କୁ ଭଲ ଭାବରେ ପଢ଼ିବା ପାଇଁ ଟିପସ୍ ଦେବା ସହ ଉତ୍ତମ ଶିକ୍ଷାର୍ଥୀ ହେବାକୁ ପରାମର୍ଶ ଦେଇଥିଲେ I
ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ସ୍ଵଭାବକବି ଗଙ୍ଗାଧର ମେହେରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ l