-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
17-Nov-2024
(ମନୋରଞ୍ଜନ ତ୍ରିପାଠୀ )
ଯୁବ ସମାଜପାଇଁ ତମାଖୁ ମୁକ୍ତ ଅଭିଯାନ
ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବିଦ୍ୟା ସାଗର ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ, ନାରାୟଣପୁର ଠାରେ "ଯୁବ ସମାଜପାଇଁ ତମାଖୁ ମୁକ୍ତ ଅଭିଯାନ ୨. ୦ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଆୟୁଷ ଡାକ୍ତର. ମାତାଗିନୀ ମହନ୍ତ ଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁନୀଲ କୁମାର ଭୋଇ ସମେତ ସମସ୍ତ ଶିକ୍ଷକ ଉପସ୍ଥିତ ରହିଥିଲେ,ଡାକ୍ତର ମହନ୍ତ ମାଡାମ ତମାଖୁ ସେବନ ଦ୍ଵାରା ଆମର ଶରୀର ପ୍ରତି କଣ କଣ କ୍ଷତି ହେଉଛି ଏବଂ କି କି ରୋଗ ହୋଇଥାଏ ତାହା ପୁଙ୍ଖାନୁ ପୁଙ୍ଖ ଭାବରେ ସମସ୍ତ ଙ୍କୁ ବୁଝାଇ ଥିଲେ ଏବଂ ସମସ୍ତେ ଶପଥ ପାଠ କରିଥିଲେ ପରିଶେଷରେ ସମସ୍ତ ଛାତ୍ର ଙ୍କ ସହାୟତା ରେ ବିଦ୍ୟାଳୟ ପରିସର ରୁ ରାଲି ବାହାରି ନାରାୟଣପୁର ଗ୍ରାମ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଯାଇଥିଲା lଏହି କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ଆକାଉଣ୍ଟ ପରିଚାଳକ ସୁଜିତ କୁମାର ସାହୁ, ଗୋଷ୍ଠୀ ତଥ୍ୟ ପରିଚାଳକ ରିଙ୍କୁ ପଧାନ, ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ ଏବଂ ଅନ୍ୟ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସମ୍ପୂର୍ଣ ସହଯୋଗ କରିଥିଲେ l