-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
17-Nov-2024
ବରପାଲି(ସୁଦାମ ଦୀପ): ବରପାଲି ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ବାସ୍ଥ୍ୟ ବିଜ୍ଞାନ ଅନୁଷ୍ଠାନ ଓ ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ" ବିଶ୍ଵ ମଧୁମେୟ ଦିବସ ଓ ଶିଶୁ ଦିବସ "ଗତ ନଭେମ୍ବର ଚଉଦ ତାରିଖରେ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ର ଛାତ୍ରୀ ତଥା ଯୁବ ରେଡ୍କ୍ରସର ସ୍ଵେଚ୍ଛାସେବୀ ମାନେ ବ୍ୟାନର, ପୋଷ୍ଟର, ପ୍ଲାକାର୍ଡ ଧରି ସ୍ଲୋଗାନ ଇତ୍ୟାଦି ମାଧ୍ୟମରେ ବରପାଲି ସହର ପରିକ୍ରମା କରି ମଧୁମେୟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ଓ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚିଥିଲେ । ସେଠାରେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ରାଜେଶ ବେହେରା ଓ ଅନ୍ୟ ମାନେ ଏ ଏନ୍ ଏମ୍ , ଜି ଏନ୍ ଏମ୍ ତଥା ଛାତ୍ର ଛାତ୍ରୀ ମାନଙ୍କୁ ମଧୁମେୟ ରୋଗ ର କାରଣ ଓ ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଅନୁଷ୍ଠାନର ଚେୟାରମେନଙ୍କ ସହ ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶରତ ଚନ୍ଦ୍ର ପ୍ରଧାନ ଓ ସ୍ବାସ୍ଥ୍ୟ ବିଜ୍ଞାନ ଅନୁଷ୍ଠାନର ଅଧ୍ୟକ୍ଷା ଦେବସ୍ମିତା ସାହୁ, ଯୁବ ରେଡକ୍ରସ୍ ସଂଯୋଜକ ଅଧ୍ୟାପକ ସୁନାଧର ଖଟୁଆ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସମେତ କଲେଜର ଅଧ୍ୟାପକ,ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ। ଏହାପରେ କଲେଜରେ ଏକ ସଚେତନତା ସଭା ଆୟୋଜନ ହୋଇଥିଲା । ବକ୍ତାମାନେ ମଧୁମେୟ ରୋଗ ଓ ଏହାର ଭୟାବହତା ସହ ଶିଶୁ ଦିବସର ଗୁରୁତ୍ଵ ସଂପର୍କରେ ଆଲୋଚନା କରିଥିଲେ । ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଅଧ୍ୟାପକ ଦିନ ଛତର ଧନ୍ୟବାଦ ଅର୍ପଣ କରିଥିଲେ ।