-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
08-Oct-2024
ବଲାଙ୍ଗୀର ବିପଦରେ ଗଜରାଜ୍। ଆଜି ପୁଣି ଏକ ହାତୀର ମୃତ ଦେହ ଉଦ୍ଧାର। ଦାନ୍ତ ଗାୟବ୍। ବନ ବିଭାଗର ତଦନ୍ତ ଜାରି। ମୃତ୍ୟୁ କାରଣ ଏଯାଏଁ ସ୍ପଷ୍ଟ ହୋଇ ନ ଥିବା ବେଳେ ସାଧାରଣରେ ହାତୀ ଦାନ୍ତ ତସ୍କରି ପାଇଁ ହତ୍ୟା କରା ଯାଇଥିବାର ସନ୍ଦେହ।
ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ମଠ ଖାଇ ପାହାଡ ଶୃଙ୍ଖଳା ର ଅସୁର ଡୁଙ୍ଗୁରି ଜଙ୍ଗଲ ମଧ୍ୟରୁ ଆଜି ଏହି ହାତୀର ମୃତ ଦେହ ଉଦ୍ଧାର ହୋନଇଛି। ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବଲାଙ୍ଗୀର ବନ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଥିଲା। ତେବେ ହାତୀ ଟିର ଗତ ଦୁଇ ଦିନ ହେବ ମୃତ୍ୟୁ ହୋଇଥିବାର ଆଶଙ୍କା ଥିବା ବେଳେ ତାର ଦାନ୍ତ ଗାଏବା ଅଛି। ହାତୀ ଟିର ଗୋଟିଏ ଦାନ୍ତ ଥିବା ବେଳେ ଅନ୍ୟଟି କେହି ହାଣି ନେଇଥିବାର ଜଣା ପଡ଼ିଛି। ତେବେ ହାତୀଟି କୁ ଦାନ୍ତ ପାଇଁ ଶିକାରୀ ହତ୍ୟା କରିଛନ୍ତି ନା ହାତୀର ମୃତ୍ୟୁ ପରେ ଦାନ୍ତ କାଟି ନିଆ ଯାଇଅଛି ତାହା ଏବେ ବି ଅସ୍ପଷ୍ଟ ରହିଛି। ସେହିପରି ହାତୀର ମୃତ୍ୟୁର କାରଣ ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇ ନାହିଁ।
ସେପଟେ ବଲାଙ୍ଗୀର ଜିଲ୍ଲା ବନ ବିଭାଗ, ବଲାଙ୍ଗୀର ରେଞ୍ଜ ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଞ୍ଚି ଛନ୍ତି। ଏବଂ ତାଙ୍କ ସହ ପଶୁ ଡାକ୍ତର ମଧ୍ୟ ପହଞ୍ଚି ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ହାତୀ ଶବର ବ୍ୟବଚ୍ଛେଦ ପରେ ସବୁ ତଥ୍ୟ ସାମନାକୁ ଆସିବ ବୋଲି ବନ ବିଭାଗ ସୂଚନା ଦେଇଛି।
ତେବେ ବନ ବିଭାଗର ପ୍ରାଥମିକ ସୂଚନା ଅନୁସାରେ ସୋନପୁର ପଟରୁ ହାତୀ ପଲ ବଲାଙ୍ଗୀର ଜିଲ୍ଲା କୁ ପ୍ରବେଶ କରିଥିଲେ। ଏବଂ ଗୋଟିଏ ହାତୀ ଏଠି ଦେଓଗାଁ, ଉପର ଝର ଓ ମହିମୁଣ୍ଡା ସହ ମଠାଖାଇ ଜଙ୍ଗଲ ଅଞ୍ଚଳରେ ରହି ବୁଲାବୁଲି କରୁଥିଲା। ଯାହା ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଥିବା ର କହିଥିବା ବେଳେ କେମିତି ଏହି ହାତୀର ମୃତ୍ୟୁ ଜାଣି ପାରିଲା ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ବଲାଙ୍ଗୀର ରେ ତସ୍କରି ପାଇଁ ବନ୍ୟ ଜନ୍ତୁଙ୍କ ଶିକାର ହୋଇ ଆସୁଥିବା ବେଳେ ଏହି ମାମଲାରେ ମଧ୍ୟ ଅନେକ ସନ୍ଦେହ ଉପୁଜିଛି। ଯାହା ସଠିକ୍ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହା ଯାଇଛି।