-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2024
କଣ୍ଟାମାଳ(ଜୟ କୁମାର ମହାରଣା): ବୌଦ୍ଧ ଜିଲ୍ଲା ସଦର ମହକୁମା ବୌଦ୍ଧ ସହରର କଚେରୀ ପଡ଼ିଆରେ ସୁଚନା ଶିକ୍ଷା ସଂଚାର କାର୍ଯକ୍ରମ ଓ ବିକାଶ ମେଳା ଜିଲ୍ଲାସ୍ତରୀୟ ଉତ୍ସବ ୨୦୨୪ ମହାସମାରୋହରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଗୋକୁଳl ନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ବୌଦ୍ଧ ଓ କଣ୍ଟାମାଳ ସରୋଜ
କୁମାର ପ୍ରଧାନ ଓ ଶ୍ରୀ କହ୍ନେଇ ଚରଣ ଡlଙ୍ଗ ଯୋଗଦେଇ ଥିଲେ l ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ l ଅତିଥି ଗଣଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସ୍ଵାଗତ କରଯାଇଥିଲା l
ମୁଖ୍ୟ ଅତିଥି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମଲ୍ଲିକ ଫିତା କାଟି ୩ ଦିନ ବ୍ୟାପୀ ପାଳିତ ହେବାକୁ ଥିବା ବିକାଶ ମେଳାର ଉଦ୍ଘାଟନ କରିଥିଲେ l ଅତିଥି ମାନେ ପଡିଆର ଚାରିପଟେ ଖୋଲାଯାଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥଲେ l
ମଞ୍ଚ ଉପରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୋହନ ମାଝୀ ସରକାର ନେଇଥିବା ବିଭିନ୍ନ ଜନହିତେଇସି ଯୋଜନା ବିଷୟରେ ଆଲେଚନା କରିଥିଲେ l ସୁଭଦ୍ରା ଯୋଜନା ରେ କୋଟିଏରୁ ଅଧିକ ମହିଳାଙ୍କୁ ଆର୍ଥିକ ସହାୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା, ପି ଏମ୍ ଓ ସି ଏମ୍ କିଶlନ ଯୋଜନା, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବିନା ପକ୍ଷପାତିତା ରେ PMAY ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଭୂମିହୀନଙ୍କୁ ୪ ଡିସିମିଲ ଜମି ଯୋଗାଣ , ଅଶି ପ୍ରତିଶତରୁ ଅଧିକ ଶାରୀରିକ ବିକଳାଙ୍ଗ ୩୫୦୦ ଓ ଅଶି ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ୩୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବl ଯୋଜନା, ବୌଦ୍ଧର ନୂତନ ଚିକିତ୍ସାଳୟ, ଖୋର୍ଦ୍ଧା ବଲାଂଗୀର ରେଳ ଲାଇନ, ପାନୀୟ ଜଳ ଯୋଗାଣ,
ଗୁରୁଜୀମୁଣ୍ଡା dam ଆଦି ବିଷୟ ଉପରେ ଆଲୋଚନl କରିଥିଲେ l ସର୍ବୋପରି ଏକ ଦୁର୍ନୀତି ମୁକ୍ତ ଜିଲ୍ଲା ଭାବରେ ବୌଦ୍ଧ ଜିଲ୍ଲାର ପରିଚୟ ସୃଷ୍ଟି କରାଯିବାକୁ ବିଧାୟକ ପ୍ରଧାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥଲେ l
ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ପୂର୍ବ ସରକାରଙ୍କୁ କଳାପାହାଡ଼ ସହିତ ତୁଳନା କରିଥଲେ l ପୂର୍ବ ସରକାର ଓଡ଼ିଆ ସଂସ୍କୃତି ତଥା ପରମ୍ପରାକୁ ନଷ୍ଟ କରିଥିବl ଅଭିଯୋଗ କରି ଓଡ଼ିଆ ଅସ୍ମିତା ଉପରେ ମନ୍ତ୍ରୀ ଶ୍ରୀ ଗୋକୁଳl ନନ୍ଦ ମଲ୍ଲିକ ଗୁରୁତ୍ବ ଦେବା ସହିତ ଦୁର୍ନୀତିକୁ କୌଣସି ପ୍ରକାରେ ବରଦlସ୍ତ କରାଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ l
BJP ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ସମସ୍ତ ପ୍ରକାର ବଚନକୁ ପୂରଣ କରିଛି ତଥା କରିବାକୁ ଯାଉଥିବା ପ୍ରକାଶ କରିଥିଲେ l
କଂଧମାଳ ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ବୌଦ୍ଧ ଜିଲ୍ଲାରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି କହିବା ସହିତ ପ୍ରଧାନ ମନ୍ତ୍ରୀ ମୋଦୀ ଓ ମୋହନ ମାଝୀଙ୍କ ଡବଲ ଇଞ୍ଜିନ ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ବଦ୍ଧପରିକର ବୋଲି ବର୍ଣ୍ଣନା କରିବା ସହିତ ଓଡ଼ିଶା ସରକାରଂକ ଶହେ ଦିନ ପୁର୍ତ୍ତି ମଧ୍ୟରେ ନିଆଯାଇଥିବା ବିଭିନ୍ନ ଯୋଜନା ଓ ପଦକ୍ଷେପ ଉପରେ ଆଲୋଚନା କରିଥିଲେ l