-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ୱାର୍ଡ ନ ୧ ନିଗମାନନ୍ଦ ବିହାର ସାର୍ବଜନିନ ଦୁର୍ଗା ପୂଜା ପାଇଁ ରବିବାର ଅପରାହ୍ନ ୪ ଘ ସମୟ ରେ ଯଥା ବିଧି ଓ ଲଗ୍ନ ମତେ ପଣ୍ଡିତ ନିଗମାନନ୍ଦ ମିଶ୍ର ଙ୍କ ପୌରୋହିତ୍ୟ ରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି
ଉନ୍ନୟନ କମିଟି ସଭାପତି ସଦାଶିବ ସାହୁ ସମ୍ପାଦକ
ଟିକେଲାଲ ନାଏକ ଙ୍କ ଉପସ୍ଥିତି ରେ ଦୁର୍ଗାପୂଜା କମିଟି ର ସଭାପତି ପ୍ରଶାନ୍ତ କୁମାର ଦାସ ସମ୍ପାଦକ ନବୀନ କୁମାର ସାବତ ପ୍ରମୁଖ ପୂଜା କାର୍ଯ୍ୟ ରେ ସାମିଲ ହୋଇ ଥିବା ବେଳେ ପଡ଼ାବାସୀଙ୍କ ତରଫରୁ ଅଧ୍ୟାପକ ସୁରେଶ ବାରିକ ଚଳିତ ବର୍ଷ କର୍ତ୍ତା ଦାୟିତ୍ବ ବହନ କରିଛନ୍ତି । ଏହି ଅବସର ରେ ନିଗମାନନ୍ଦ ବିହାର ପଡ଼ା ର ସମସ୍ତ ପଡ଼ାବାସି ଉପସ୍ଥିତ ରହିଥିବା ବେଳେ ଦୁର୍ଗା ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜା ଅର୍ଚ୍ଚନା ରେ ସାମିଲ ହୋଇଥିଲେ । ଶୁଭ ସ୍ତମ୍ଭ ସ୍ଥାପନ ପରେ ପଦାବାସି ଙ୍କ ତରଫରୁ ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା ।