-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Sep-2024
ବଲାଙ୍ଗୀର(ପ୍ରେରଣା ଖବର): ଜେଏସଏମ ଆର୍ଟସ୍, ସାଇନ୍ସ ଏଣ୍ଡ କମର୍ସ କଲେଜରେ ହିନ୍ଦୀ ଦିବସ ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ପିଆର ହାଇ ସ୍କୁଲର ଶିକ୍ଷକ ଅମିତ କୁମାର ଉପସ୍ଥିତ ଥିଲେ। କଲେଜର ଚେୟାରମ୍ୟାନ ସିଏ ଶ୍ରୀକାନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ଶ୍ରୀ କୁମାରଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ସହ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କଲେଜର ପ୍ରଧାନ ଶିକ୍ଷକ ଡ. ଦିବ୍ୟକିଶୋର ପ୍ରଧାନ ତାଙ୍କ ଭାଷଣରେ ହିନ୍ଦୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ ପକାଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହାର ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନ କରାଇଥିଲେ।ପୁଣି ଅତିଥି ଶ୍ରୀ କୁମାର ତାଙ୍କ ଚିନ୍ତାଧାରା ପ୍ରକାଶ କରି କହିଲେ ଯେ ହିନ୍ଦୀ ଆମର ପରିଚୟ ଏବଂ ସଂସ୍କୃତି, ଯାହାକୁ ଆମେ ଗର୍ବ ସହିତ ଗ୍ରହଣ କରିବା ଆବଶ୍ୟକ ବୋଲିକହିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମଧ୍ୟ ଉତ୍ସାହ ପୂର୍ବକ ଅଂଶଗ୍ରହଣ କଲେ ଏବଂ ହିନ୍ଦୀ ଭାଷା ପ୍ରତି ତାଙ୍କ ଆଗ୍ରହ ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ।