-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Sep-2024
ଡୁଙ୍ଗୁରିପାଲି, ତା.୧୨/୯ :(ପ୍ରେରଣା ଖବର)-ସରକାରୀ ଉଚ୍ଚ ବିଦ୍ୟାଳୟ ସମଲେଇଚୁଆଁ ଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହଃ ପାଳନ ହୋଇଯାଇଛି। ସଭାରେ ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ସଭାପତି ଶ୍ରୀ ସୁଶୀଲ ବିଶିଙ୍କ ସଭାପତିତ୍ବରେ ଲିଙ୍ଗମାର୍ଣ୍ଣି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ତୋଷବନ୍ତ ସେଠ ସଭା ପରିଚାଳନା କରିଥିଲେ।ଉକ୍ତ ସଭାରେ ବାଙ୍କିପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ହୃଷିକେଶ ଡାଙ୍ଗ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହାପରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ ହୋଇଥିଲା ।ପରେ ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଂଗୀତ ଗାନ କରାଯାଇଥିଲା ।ସମ୍ମାନିତ ଅତିଥି ଭାବରେ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲେକନାଥ ମେହେର ଯୋଗ ଦେଇଥିଲେ। ସଂସ୍କୃତ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଚନ୍ଦ୍ରମଣି ବାଘ ବିବରଣୀ ପାଠ ସହ ତାଙ୍କର ବକ୍ତବ୍ୟ ରଖିଥିଲେ।ମୁଖ୍ୟ ବକ୍ତା ଭାବରେ ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଧନେଶ୍ଵର ସାହୁ ଯୋଗ ଦେଇ ସଂସ୍କୃତ ଭାଷା ଉପରେ ଗଭୀର ଆଲେକପାତ କରିଥିଲେ । ଉକ୍ତ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସଂଗୀତ, ନୃତ୍ୟ, ଇତ୍ୟାଦି ପରିବେଷଣ ହୋଇଥିଲା ।ସଭା ଶେଷରେ ସଂସ୍କୃତ ଶିକ୍ଷକ ପ୍ରଶନ୍ନ ଭୋସାଗରଙ୍କ ଦ୍ବାରା ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା ।
ଡୁଙ୍ଗୁରିପାଲି ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଡୁଙ୍ଗୁରିପାଲି ବ୍ଲକ ର ଶିକ୍ଷକ ବିରେନ୍ଦ୍ର ସାହୁ,ନିମାଇଁ ଚରଣ ମଲ୍ଲିକ, କଳାକାହ୍ନୁ ରଣା,ହ୍ବାଲଦାର ଗଡତ୍ଯା, ଦୌଲତ ସା ପ୍ରମୂଖ ସହଯୋଗ କରିଥିଲେ ।