-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
12-Sep-2024
କୋକସରା (ତ୍ରିନାଥ ବେଶ୍ରା )
ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନା ରେ ଯୋଗ୍ୟ ବିବେଚିତ ପ୍ରତି ମହିଳା ଙ୍କୁ ବାର୍ଷିକ ୨ କିସ୍ତି ରେ ୧୦ ହଜାର ଟଙ୍କା ୫ ବର୍ଷ ରେ ୫୦ ହଜାର ମିଳିବା ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ସୁଭଦ୍ରା ଯୋଜନା ରେ ରହିଥିବା ମାନଦଣ୍ଡ ଓ ଯୋଗ୍ୟତା ପାଇଁ ହିତାଧିକାରୀ ଙ୍କୁ ସଚେତନତା ସୃଷ୍ଟି ଅଭିଯାନ ପାଇଁ ଆଜି କୋକସରା ବ୍ଲକ ପରିସର ରୁ ସୁଭଦ୍ରା ରଥ କୁ ପତାକା ଦେଖାଇ ବିଡ଼ିଓ ସ୍ନେହାପ୍ରଭା ମାଝୀ ଓ ସିଡିପିଓ ସରୋଜା ଦେଇ, ସୋନିଆ ହେମରମ, ବିଜେପି ନେତା ତ୍ରିନାଥ ଶବର ସମେତ ଅଙ୍ଗନବାଡ଼ି କର୍ମୀ ଓ ମିଶନ ଶକ୍ତି ର ମହିଳା କର୍ମଚାରୀ ମାନେ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ। ଏହା ବ୍ୟତୀତ ବିଜେପି କର୍ମି ପ୍ରମୋଦ ପ୍ରଧାନୀ,ବୈଦ୍ୟନାଥ ମାଝୀ, ଘନଶ୍ୟାମ ନାଏକ,ଶାରଳା ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି ରଥ କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ସୁଭଦ୍ରା ଯୋଜନା ବିଷୟରେ ସଚେତନତା କରିବ।