-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାରେ ସ୍ଵଚ୍ଛତା ହିଁ ସେବା ପକ୍ଷ ଅଭିଯାନ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ - ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ

12-Sep-2024



ସୁବର୍ଣ୍ଣପୁର,( ମୋନରଞ୍ଜନ ତ୍ରିପାଠୀ )୨ଅକ୍ଟୋବର ୨୦୧୪ ରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ର ଦଶମ ବାର୍ଷିକୀ ପାଳନ କରାଯିବ | ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପାଳନ କରିବା ପାଇଁ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୪ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଏବଂ ସ୍ୱଚ୍ଛ ଭାରତ ମିଶନ- ସହରାଞ୍ଚଳର ମିଳିତ ଉଦ୍ୟମରେ ସ୍ୱଛତା ହିଁ ସେବା  ୨୦୨୪ ଅଭିଯାନରେ ସ୍ୱଛତା ରେ ସହାଭାଗିତା, ସମ୍ପୂର୍ଣ ସ୍ୱଛତା କାର୍ଯ୍ୟକ୍ରମ, ତଥା ସଫେଇ ମିତ୍ର ସୁରକ୍ଷା ଶିବିର ପ୍ରଭୁତି ବିବିଧ କାର୍ଯ୍ୟକ୍ରମ ଆୟୋଜିତ ହେବ । ସ୍ୱଛତା ହିଁ ସେବା ର ଚଳିତ ବର୍ଷ ଶୀର୍ଷକ " ସ୍ଵଭାଵ ସ୍ୱଛତା - ସଂସ୍କାର ସ୍ୱଛତା" ରହିଛି। ଏହି 'ସ୍ୱଛତା ହିଁ ସେବା'  ପକ୍ଷ କୁ ଶୃଙ୍ଖଳିତ, ବ୍ୟବସ୍ଥିତ ତଥା ଜନ ସହାଭାଗିତାରେ ପାଳନ ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ କାର୍ଯ୍ୟକ୍ରମ ଉପରେ ଆଲୋଚନା ପୂର୍ବକ ଉପରୋକ୍ତ ସମୟ ମଧ୍ୟରେ ସ୍ୱଚ୍ଛତା, ମେଗା ସ୍ୱଚ୍ଛତା ଡ୍ରାଇଭ୍, ଅଳିଆ ଏବଂ ବର୍ଯ୍ୟବସ୍ତୁ ବ୍ଲାକ ସ୍ପଟ କୁ ସଫା କରିବା, ପରିମଳ କର୍ମଚାରୀଙ୍କ ଅବଦାନକୁ ଚିହ୍ନିବା ଓ ଗୁରୁତ୍ୱଦେବା ସହ ଦେଶରେ ପରିମଳ ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ର ବିଗତ ଏକ ଦଶନ୍ଧି ମଧ୍ୟରେ  ପାଇଥିବା ସଫଳତାକୁ ପାଳନ ଓ ଆମର ପ୍ରତିବଦ୍ଧତାକୁ  ନିଶ୍ଚିତ କରିବା ଉପରେ  ଜିଲ୍ଲାପାଳ ଶ୍ରୀମତୀ ଦାସ ବୈଠକରେ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ 

କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଅଂଶଗ୍ରହଣ, ସଚେତନତା ଏବଂ ପରାମର୍ଶ କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଥିଲେ। ପୁନଶ୍ଚ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ନିମିତ୍ତ ଜନସାଧାରଣଙ୍କ ସ୍ଵଭାଵ, ମୂଲ୍ୟବୋଧ, ଦାୟିତ୍  ଏବଂ ସାମୂହିକ ଅଂଶଗ୍ରହଣ ର ମୂଳ ବାର୍ତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ସମ୍ପୃକ୍ତ ବିଭାଗ ତଥା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ | କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ସହରାଞ୍ଚଳ ତଥା ଗ୍ରାମ ପଞ୍ଚାୟତ ଗୁଡ଼ିକରେ 'ଏକ ପେଡ୍ ମା କେ ନାମ' ବୃକ୍ଷରୋପଣ କାର୍ଯ୍ୟକ୍ରମ, ଜଳ ଭଣ୍ଡାର ର ସଫା ସୁତରା, ସ୍ୱତନ୍ତ୍ର ଗ୍ରାମ ସଭା /ୱାର୍ଡ ସଭା ସହ ସଚେତନତା ବୈଠକ,ଜିରୋ ବର୍ଜ୍ୟବସ୍ତୁ ଗ୍ରାମ ପଞ୍ଚାୟତ/ସହରାଞ୍ଚଳ , ସହର / ଗ୍ରାମ ସ୍ତରୀୟ ପୃଥକ ପୃଥକ କୁଣ୍ଡରେ ପରିମଳ କର୍ମଚାରୀଙ୍କ ଦ୍ୱାରା ମଇଳା ପୃଥକତାର ପ୍ରଦର୍ଶନ, ଗ୍ରାମାଞ୍ଚଳର ଇକୋ-ପଂଚାୟତ ଏବଂ ଇକୋ-ଟୁରିଜିମ୍ ସାଇଟରେ ପୁନ ବ୍ୟବହାର ପ୍ରଦର୍ଶନ କରୁଥିବା କାର୍ଯ୍ୟକଳାପ କୁ ଆୟୋଜିତ କରିବା ଉପରେ ଆଲୋଚନା କରାଯାଇଥିଲା। ୨୭ ସେପ୍ଟେମ୍ବର ୨୦୨୪  ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲାର ପ୍ରମୁଖ  ପର୍ଯ୍ୟଟନ ସ୍ଥାନଗୁଡିକର ସାମୁହିକ ସଫେଇ ଅଭିଯାନ କରାଯିବାକୁ ବିଡ଼ିଓ, ଓ ନିର୍ବାହୀ ଅଧିକାରୀ ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକରେ ସମ୍ପୃକ୍ତ ଅଞ୍ଚଳ ର ସ୍ବେଛାସେବୀ ଅନୁଷ୍ଠାନ, ଜନସାଧାରଣ, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଛାତ୍ର ଛାତ୍ରୀ ସମୂହ ସହ ମହିଳା ମଣ୍ଡଳ, ସ୍ୱୟଂ ସହାୟକ ସଙ୍ଘ, ସାମ୍ବାଦିକ ଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।  ଜନସାଧାରଣ ନିଜ ନିଜ ସ୍ତରରେ ଓ ନିଜ ଅଞ୍ଚଳ, ପାରିପାର୍ଶ୍ଵର  ସଫା ସୁତରା ଉପରେ ଯେପରି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ସେଥିପାଇଁ ଆବଶ୍ୟକ ପ୍ରଚାର ପ୍ରସାର  ଓ ସଚେତନତା ପାଇଁ ପଦକ୍ଷେପ ନେବା ସହ କାର୍ଯ୍ୟ ର ସ୍ଥାଇତ୍ୱ ପ୍ରତି ଗୁରୁତ୍ୱଦେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କ ସଚେତନତା ନିମନ୍ତେ କବିତା, ପ୍ରବନ୍ଧ, ଚିତ୍ର, ପୋଷ୍ଟର ପ୍ରତିଯୋଗିତା, ସ୍ଲୋଗାନ ଲେଖିବା, କୁଇଜ୍ ଏବଂ ଜିଙ୍ଗଲ୍ ଆୟୋଜନ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ | ପକ୍ଷ ପାଳନର ଉପରୋକ୍ତ ବିଭିନ୍ନ ଦିନରେ ସମ୍ପୃକ୍ତ ଅଧିକାରୀ ମାନେ ସ୍ୱଚ୍ଛ ଭାରତ ମିଶନ ସମ୍ପୃକ୍ତି ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ନିର୍ଦେଶ ଦିଆଯାଇଛି। ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛ ଭାରତ ମିଶନ ର ଜିଲ୍ଲାସ୍ତରୀୟ ଉତ୍ସବ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି। ଜିଲ୍ଲା ପଞ୍ଚାୟତି ରାଜ ତଥା ଗ୍ରାମ୍ୟ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ଆଜିର ଏହି ଆଲୋଚନା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଅତିରିକ୍ତ ନିର୍ବାହୀ ଅଧିକାରୀ ପଲ୍ଲବୀ ରାଣୀ ରାଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ, ସମସ୍ତ ବିଡ଼ିଓ, ନିର୍ବାହୀ ଅଧିକାରୀ ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like