-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Sep-2024
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): କନିଷି ରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଗା ପ୍ରସାଦ ଶତପଥୀ ଓ ଚିନ୍ମୟୀ ଶତପଥୀ ନାମକ ଦମ୍ପତି ଦୁହେଁ ମୃତ୍ୟୁ ବରଣ କରିଛନ୍ତି। ଉଭୟେ ମୋଟରସାଇକେଲ ଯୋଗେ ଆସୁଥିବା ବେଳେ ଜାତୀୟ ରାଜପଥ ଲାଞିପଲୀ ମାର୍କଣ୍ଡେଶ୍ଵର ମନ୍ଦିର ସାମ୍ନାରେ ଆନ୍ଧ୍ର ପଟୁ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ପ୍ରଥମେ ସ୍ତ୍ରୀ ଚିନ୍ମୟୀ ଙ୍କ ଘଟଣାସ୍ଥଳରେ ମୃତୁ୍ୟବରଣ କରିଥିବା ବେଳେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ବେଳେ ଦୁର୍ଗା ଶତପଥୀ ଙ୍କର ରାସ୍ତାରେ ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଟ୍ରକକୁ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।