-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2024
ବଲାଙ୍ଗୀର(ପ୍ରେରଣା ଖବର): ଆଜି ହେଉଛି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ । ବଲାଙ୍ଗିର ମ୍ୟୁନିସିପାଲଟି କାର୍ଯ୍ୟାଳୟ ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରଯାଇଥିଲା । ପୌରଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ବଲାଙ୍ଗିର ସହରକୁ ସ୍ୱଚ୍ଛ, ନିର୍ମଳ କରିବା ସହିତ ଉନ୍ନତି ପଥରେ ଆଗେଇ ନେବାକୁ ସମସ୍ତେ ଶପଥ ନେଇଥିଲେ । ବଲାଙ୍ଗିର ମ୍ୟୁନିସିପାଲଟିକୁ 'ପିଏମ ସେବା ନିଧି ସମ୍ମାନ' ମିଳିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ମଧ୍ୟ ଏଭଳି ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ କରିଥିଲେ । ପରେ ପରେ ମ୍ୟୁନିସିପାଲଟି କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଉପପୌରଧ୍ୟକ୍ଷା ଗାୟତ୍ରୀ ଭୋଇ, ସମସ୍ତ ନିର୍ବାଚିତ କାଉନସିଲର, ମ୍ୟୁନିସିପାଲଟିର ଅନ୍ୟ ଅଧିକାରୀ, କର୍ମଚାରୀ ମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ସେହିଭଳି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ଓସ୍ୱାନ ହଲ ଠାରେ ଏକ ବୈଠକର ଆୟୋଜନ ହୋଇଥିଲା । ଏଥିରେ ଆଭାସୀ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇଥିଲେ। ବଲାଙ୍ଗିର ମ୍ୟୁନିସିପାଲଟି ପିଏମ ସେବା ନିଧି ସମ୍ମାନ ପାଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ମଧ୍ୟ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ବାନ କରିଥିଲେ। ସ୍ୱାୟତ୍ତ ଶାସନ ଅବସରରେ ଟାଉନ ବାଳକ ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆରେ ମ୍ୟୁନିସିପାଲଟି କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।