-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
29-Aug-2024
ରାୟଗଡା(ସୁପ୍ରିୟା ଷଡଙ୍ଗୀ): ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ଲାଳନପାଳନ ନିୟମାବଳୀ ୨୦୨୪ ସଂକ୍ରାନ୍ତରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ଶ୍ରୀ ଭାସ୍କର ରଇତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ, ଶିଶୁ ମଙ୍ଗଳ କମିଟିର ସଦସ୍ଯ ସଦସ୍ଯାଗଣ, ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ଯ ଅଧିକାରୀ, ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରିକାନ୍ତ ପାଣିଗ୍ରାହୀ, ଜିଲ୍ଲା ସମାନ ମଙ୍ଗଳ ବିଭାଗ ର ସୁରକ୍ଷା ଅଧିକାରୀ ପ୍ରତିମା ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପ୍ରତାପ ଦାଶ, ନିରାକାର ପାଢ଼ୀ, ଜିଲ୍ଲା ର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କର୍ମକର୍ତ୍ତାଗଣ, ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତାଗଣ ଯୋଗଦେଇ ଶିଶୁ ନୂତନ ପ୍ରତିପାଳନ ଯତ୍ନ ନିୟମାବଳୀ ୨୦୨୪ ବିଷୟ ରେ ଆଲୋଚନା କରିଥିଲେ। ଅରୁଣା ଅନୁଷ୍ଠାନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ ଉକ୍ତ ନୀୟମାବଳୀ ତାଲିମ ଦେଇଥିଲେ ଓ ବାଲ୍ଯ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ବର ସାହୁ ନିୟମାବଳୀ ବିଷୟରେ ଆଲୋଚନା କରିଥିଲେ।