-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବିନିକା(ହିମାଂଶୁ ଶେଖର ପୁଟେଳ) ବିନିକା ବ୍ଲକ ଅନ୍ତର୍ଗତ ଚରଦା ସ୍ଥିତ କପିଳେଶ୍ୱର ମନ୍ଦିରରେ ବୁଧବାର ଗଣପର୍ବ ନୂଆଁଖାଇ ଲାଗି ଲଗ୍ନ ଧାର୍ଯ୍ୟ କରାଯାଇଛି l ଟ୍ରଷ୍ଟ ବୋର୍ଡ ସଭାପତି ଅଶୋକ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଵୈଠକରେ ପଣ୍ଡିତ ଭାସ୍କର ପୁରୋହିତ ନୂଆଖାଇ ଲଗ୍ନ ଧାର୍ଯ୍ୟ ଘୋଷଣା କରିଥିଲେ l ଆସନ୍ତା ସେପ୍ଟମ୍ବର ୮ତାରିଖ ସକାଳ ୯ଘ୧୧ମି ରୁ ୯ଘ୨୫ମି ମଧ୍ୟେ ସ୍ଵାତୀ ନକ୍ଷେତ୍ର ତୁଳାଚନ୍ଦ୍ର, ଇନ୍ଦ୍ରଯୋଗେ ତୁଳାଲଗ୍ନେ,ମକର ନବାନ୍ନ,ବାଳବ କରଣେ ଏବଂ ବିଧୈ ସମସ୍ତ ଶୁଭ ଯୋଗେ ଅମୃତ ବେଲାରେ ବାବା କପିଳେଶ୍ୱର ଓ ମାଁ ଚରଦେଇଙ୍କ ପୀଠରେ ନବାନ୍ନ ଭୋଗ ଅର୍ପଣ ଶୁଭ । ପରେ ଗ୍ରାମର ଦେବାଦେବୀ ଓ ନିଜ ନିଜର ଇଷ୍ଟ ଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରି ନବାନ୍ନ ଭକ୍ଷଣ କରିପାରିବେ l ଅନୁଷ୍ଟିତ ଏହି ଵୈଠକରେ ପଣ୍ଡିତ ହରିଶ୍ଚନ୍ଦ୍ର ହୋତା,ରାମ ପ୍ରସାଦ ମିଶ୍ର,ଶଶିଭୂଷଣ ହୋତା,ଶ୍ରୀନାଥ ପଣ୍ଡା,ସଞ୍ଜୀବ ପାଢ଼ୀ,ରାମେଶ୍ବର ନନ୍ଦ,ପଦ୍ମନାଭ ପୁରୋହିତ,ଦେବାଶିଷ ପୁରୋହିତ,ରାମଚନ୍ଦ୍ର ମିଶ୍ର, ପପୁନ ନାୟକ,ରମେଶ ପୁରୋହିତ,କିଶୋର ଚନ୍ଦ୍ର ନାୟକଙ୍କ ସହ କମିଟି ସଦସ୍ୟ,ମନ୍ଦିର ସେବାୟତ,ସାମ୍ବାଦିକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।