-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବଲାଙ୍ଗିର(ପ୍ରେରଣା ଖବର): ଅପରାହ୍ଣ ପ୍ରାୟ ୪ ଟା ସମୟରେ ସ୍ଥାନୀୟ ଭାଗିରଥୀ ଛକ ଟ୍ରାଫିକ୍ ପୋଷ୍ଟ ନିକଟରେ ସମ୍ବଲପୁର ପଟରୁ ଆସୁଥିବା ଏକ ପେଟ୍ରୋଲ ଭର୍ତ୍ତୀ ୧୬ ଚକିଆ ଗାଡି (OD08T7532) ପଛ ପଟୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା l ଏହି ଦୁର୍ଘଟଣାରେ ସ୍କୁଟି ରେ ବସିଥିବା ସ୍ଵାମୀସ୍ତ୍ରୀ ଗୁରୁତର ଆହାତ ହୋଇଛନ୍ତି l ସ୍କୁଟି ଆରୋହୀଙ୍କ ଅଣ୍ଟା ରେ ଗଭୀର ଆଘାତ ଲାଗିଛି l ସ୍ଥାନୀୟ ଲୋକେ ଏମାନଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି l ଦୁର୍ଘଟଣାଗ୍ରସ୍ତ ସ୍ଵାମୀସ୍ତ୍ରୀ ସ୍ଥାନୀୟ କଂସାରୀ ପଡ଼ାର ବାସୀନ୍ଦା ବୋଲି ଜଣାପଡିଛି l ଘଟଣାସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ଟାଉନ୍ ଥାନାକୁ ଆଣି ଚାଳକକୁ ପଚରାଉଚୁରା କରୁଛି l