-+91-9937148622 |
prerana_bgr@rediffmail.com |
Wednesday 17th June 2026 |
R.N.I. Regd No. ODIODI/2010/46693
Breaking News
28-Aug-2024
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ପଞ୍ଚାୟତ ଅନ୍ତର୍ଗତ କାନପୁର ସ୍ଥିତ ବିକଲପାଲି କାଜୁ ବଗିଚା ଠାରେ ଦୀର୍ଘ ଦିନ ହେବ ଅବାଧରେ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ହେଉଥିବା ଅଭିଯୋଗ ହେଉଛି। ସେହିପରି ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ମେଣ୍ଡାମାଲ ଠାରେ ମଧ୍ୟ ଜୁଆ ଖେଳ ହେଉଥିବା ନଜର ରହିଛି। ଉକ୍ତ ସ୍ଥାନରେ ଜୁଆ ଖେଳ ହେଉଥିବା ନେଇ ସ୍ଥାନୀୟ ପୋଲିସ ପାଖରେ ଖବର ଥିଲେ ମଧ୍ୟ ଜାଣି ନଜାଣିଭଲି ରହୁଛି। ଏହି ଜୁଆ ଖେଲରେ ଅଧିକ ଟଙ୍କା ଲୋଭରେ ନିରିହ ଯୁବକ ଓ ଅସାମାଜିକ ବ୍ୟକ୍ତି ସାମିଲ ହେଉଛନ୍ତି। ଯାହା ଫଳରେ ବୀରମହାରାଜପୁର ଓ ସୁବଳୟା ଅଞ୍ଚଳରେ ପ୍ରତେହ ବିଭିନ୍ନ ସ୍ଥାନରୁ ଚୋରି ଡକାୟତି ଓ ଲୁଟପାଟ ହେଉଥିବା ଥାନରେ ଅଭିଯୋଗ ହେଇଛି। ଜୁଆ ଖେଳ ପାଇଁ ଅନେକ ପରିବାରରେ ଅଶାନ୍ତ କଳହର ସୃଷ୍ଟି ହୋଇ ଗଣ୍ଡଗୋଳର ଉଗ୍ରରୁପ ଧାରଣ କରୁଥିବା ଦେଖିବାକୁ ମିଳିଛି। ଏଠାରେ ଜୁଆ ଖେଳ ହେଉଥିବା ନେଇ ସ୍ଥାନୀୟ ଜନସାଧାରଣ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ଚଢ଼ାଉ ହୋଇପାରିନାହିଁ। ଜଣେ ଜୁଆ ଖେଲାରିଙ୍କ କହିବା ଅନୁଯାୟୀ, ପୁଲିସ ମୋଟା ଅଙ୍କର ଟଙ୍କ ନେଉଛି। ତେଣୁ ଦିନ ଦ୍ବିପହରରେ ଅବାଧ ଖେଲ ହେଉଛି। ପୋଲିସର ଜାଣତରେ ଏଠାରେ ଜୁଆ ଖେଳ ହେଉଛି। ପ୍ରତ୍ୟହ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ହେଉଥିବା ପ୍ରକାଶ କରିଛି। ଆଗକୁ ପର୍ବପର୍ବାଣୀ ଆସୁଥିବାରୁ ଜୋରସୋରରେ ଜୁଆଖେଳ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ଏନେଇ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।