-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
20-Aug-2024
(ଡୋଲେଶ୍ଵର ବାଗ)
ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଧାରା ୩୪୧,୩୪୨ ଅନୁସାରେ ଆଦିବାସୀ ଓ ହରିଜନଙ୍କ ବିରୁଧାଚରଣ କରୁଛି। ଏଣୁ ଏହାର ପ୍ରତିବାଦରେ ସକାଳ ୬ ଘଣ୍ଟା ରୁ ଅପରାହ୍ନ ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଭାରତ ବନ୍ଦ କରିବାରେ ବୋଡ଼େନ ବ୍ଳକ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ସମର୍ଥନ ଜଣାଉଛି। ଉକ୍ତ ଅନୁଷ୍ଠିତ ବୈଠକରେ ଗଣ୍ଡ ସମାଜ ସଭାପତି ମଝିଆମାଝୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ନୃପରାଜ ତାଣ୍ଡି,ସମ୍ମାନିତ ଅତିଥି ଯୋଗେନ୍ଦ୍ର ନାଥ ମାଝୀ,ରାଜୁ ସିଂ ମାଝୀ,ରାଜକୁମାର ନାଗ,ଶ୍ରୀକାନ୍ତ ସିଂ ମାଝୀ,ପ୍ରଦୀପ ସିଂ ମାଝୀ,ତ୍ରିମନ ମାଝୀ,ଭଗବାନ ମାଝୀ,ପୂର୍ଣ୍ଣଚନ୍ଦ୍ର ମାଝି,ହରି ମାଝୀ,ଉଦେଚନ ନାଗ,ଦୁଃଖିଶ୍ୟମ ମାଝୀ,କାହ୍ନୁ ଚରଣ ସୁନାନି,ଆଦିତ୍ୟ ମହାନନ୍ଦ ଉପସ୍ଥିତ ରହିଥିବା ବେଳେ ବୈଠକରେ ନିଷ୍ପତି ହୋଇଥିଲା ବୋଡ଼େନ ବ୍ଳକର ସମସ୍ତ ସରକାରୀ ବେ ସରକାରୀ କାର୍ଯ୍ୟଳୟ,ଶିକ୍ଷାନୁଷ୍ଠାନ ବନ୍ଦ କରିବା ସହ ସହଯୋଗ କରିବା ପାଇଁ ନିବେଦନ କହିଥିଲେ। ଏବଂ ଉକ୍ତ ଅନୁଷ୍ଠିତ ବୈଠକରେ ବୋଡ଼େନ ବ୍ଳକର ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ରହିଥିଲେ।