-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
20-Aug-2024
କଣ୍ଟାମାଳ, ତା ୨୦/୦୮ ( ପ୍ରେରଣା ଖବର ) : ବୃକ୍ଷ ଆମର ପ୍ରକୃତ ଭାଇ,ବୃକ୍ଷ ଆମର ପ୍ରକୃତ ବନ୍ଧୁ ନାରା ଦେଇ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପରିସରରେ ଛତ୍ରଛାତ୍ରୀମାନେ ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ବୃକ୍ଷ ଗୁଡ଼ିକୁ ରାକ୍ଷୀ ବାନ୍ଧିଲେ । ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ବୃକ୍ଷ ସଦାସର୍ବଦା ଦାତବ୍ୟ ଭାବରେ ମାନବ ସମାଜ ପାଇଁ ହିତ ସାଧନ କରିଥାଏ । ବୃକ୍ଷ ସମାଜକୁ ନିଜର ସର୍ବସ୍ୱ ପ୍ରଦାନ କରିଥାଏ ଯଥା କାଠ, ଜାଳେଣୀ,ଫୁଲ, ଫଳ, ମହୁ, ଝୁଣା, ଓଷଧୀୟ ଦ୍ରବ୍ଯ ,ଗୃହଉପକରଣ ଓ ଅମ୍ଳଜାନ ଏପରି ବୃକ୍ଷର ମହତ ଗୁଣ ବିଷୟରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଜିତ୍ କୁମାର ତରିଆ,ସତ୍ୟଜିତ ପଣ୍ଡା,ଆଲୋକ କୁମାର ପରଡ଼ିଆ,ଦୁଷ୍ମନ୍ତ ବିଶ୍ଵାଳ,ଶିକ୍ଷୟତ୍ରୀ ଏମ. ମାଧୁରୀ ଦୋରା,ଗୀତାଞ୍ଜଳୀ ପ୍ରଧାନ, ସୁପ୍ରିୟା ପ୍ରିୟଦର୍ଶିନୀ ,ମିରବାଇ ଧାରୁଆ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ମୋନରଞ୍ଜନ ପ୍ରଧାନ ପରିଚାଳନା କରିଥିଲା ବେଳେ ଜୁନିୟର ରେଡ଼କ୍ରସ କାଉନସେଲର ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।