-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଗଙ୍ଗାଧର ଜୟନ୍ତୀ ଓ ସମ୍ବର୍ଦ୍ଧନା ସଭା ପାଳନ

19-Aug-2024



ବରଗଡ଼/ବିଜେପୁର:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ସହର ସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳ ଆଠଟାରେ ରେଡିଏନ୍ସ ଅନୁଷ୍ଠାନ ଓ ଆମ ଓଡ଼ିଶା ସମ୍ବାଦ ବିଜେପୁର ର ମିଳିତ ଆନୁକୁଲ୍ୟରେ ରାକ୍ଷୀବାନ୍ଧି ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେର ଓ ସମ୍ବାଦ ପ୍ରତିନିଧି ସୁନିଲ ମିଶ୍ର ଙ୍କ ତତ୍ଵାବଧାନରେ ଏହି ପଦଯାତ୍ରା ରେଡିଏନ୍ସଠାରୁ ପଡ଼ା ଛକ ପର୍ଯ୍ୟନ୍ତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମାନଙ୍କ ଦ୍ୱାରା ପଡ଼ାଛକ ଠାରେ ନିଆରା ରକ୍ଷାବନ୍ଧନ ଓ ନିଶା ନିବାରଣକୁ ନେଇ ଏକ ଛୋଟ ନାଟକ ପରିବେଷଣ କରିଥିଲେ। ଏହି ପଦଯାତ୍ରାରେ ରେଡିଏନ୍ସ ପରିବାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ମେହେର, ଅନୁଷ୍ଠାନର  ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର, ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର, ଉପାଧ୍ୟକ୍ଷ ସଞ୍ଜୟ ବାରିକ,ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର,ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ତଥା ଅନୁଷ୍ଠାନର ସମସ୍ତ କର୍ମଚାରି ଓ ଜନ ସାଧାରଣ ଉପସ୍ଥିତ ଥିଲେ।ପରବର୍ତ୍ତୀ ସମୟରେ  ପ୍ରଥମ ପର୍ଯ୍ୟାୟରେ ରେଡିଏନ୍ସ ଅନୁଷ୍ଠାନରେ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।  ଉକ୍ତ ସଭାରେ ଚେୟାରମେନ ଶ୍ରୀ ମେହେର, ସମ୍ମାନୀତ ଅତିଥି ସୁଶାନ୍ତ କୁମାର ମିଶ୍ର, ଖଗେଶ୍ୱର ସାହିତ୍ୟ ସଂସଦର ସଦସ୍ୟ ଶ୍ରୀଯୁକ୍ତ ମୋହନ ସିଂ କଣ୍ଢେଇ, ଅଶୋକ କୁମାର ପୂଜାରୀ,ଡାଇରେକ୍ଟର ଗୋବିନ୍ଦ ମେହେର, ମୁଖ୍ୟ ବକ୍ତା ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରହଲ୍ଲାଦ ମେହେର, ମୁଖ୍ୟ ଅତିଥି ତହସିଲଦାର କର୍ଣ୍ଣ ସୁନା ମଞ୍ଚାଶୀନ ଥିଲେ। ଓଡିଆ ଅଧ୍ୟାପକ ପ୍ରଫୁଲ୍ଲ ପଧାନ ସଂଯୋଜକ ଥିବାବେଳେ ଉପାଧ୍ୟକ୍ଷ ଶ୍ରୀ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଚେୟାରମେନ ଶ୍ରୀ ମେହେର ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଓଡ଼ିଆ ଅସ୍ମିତାର ଗୁରୁତ୍ଵକୁ କହିଥିବା ବେଳେ ମୁଖ୍ୟବକ୍ତା ଗଙ୍ଗଧରୀୟ କାବ୍ୟରେ ଥିବା ନୈତିକତାକୁ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ମେହେର ଗଙ୍ଗାଧରଙ୍କ କାବ୍ୟ ପ୍ରକୃତି ଓ ବାସ୍ତବତାକୁ ନେଇ ଆଲୋଚନା କରିଥଲେ ଓ ମୁଖ୍ୟ ଅତିଥି ସୁନା ନିଶା ନିବାରଣ ଉପରେ ମତ ରଖିଥିଲେ।ଦ୍ବିତୀୟ ପର୍ଯ୍ୟାୟରେ ରେଡିଏନ୍ସ ଅନୁଷ୍ଠାନରେ ସମ୍ବର୍ଦ୍ଧନା ସଭା ଚେୟାରମେନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଥିବା ବେଳେ ଅଧ୍ୟକ୍ଷ ମେହେର,ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର,ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର ମଞ୍ଚାଶୀନ ଥିବା ବେଳେ ସୁଶାନ୍ତ କୁମାର ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ରେଡିଏନ୍ସ ଅନୁଷ୍ଠାନ ପ୍ରକୃତି ବିହାର ଓ ଚେୟାରମେନ ମେହେରଙ୍କ ଅଭିଭାଷଣକୁ ପ୍ରଶଂସା କରିଥଲେ। ଜୀବନରେ କିଛି ଅସମ୍ଭବ ନୁହେଁ ବୋଲି ପ୍ରଧାମନ୍ତ୍ରୀ ମୋଦିଙ୍କ ଉଦାହରଣ ଦେଇଥିଲେ ତତ୍ ସଙ୍ଗେ ଗନ୍ଧମାର୍ଦ୍ଧନ ଆନ୍ଦୋଳନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ପ୍ରେରଣା ଦେଇଥିଲେ ଏବଂ ପ୍ରକୃତିବନ୍ଧୁ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ଠାକୁର ଚରଣ ମେହେରଙ୍କୁ ମନେ ପକାଇ ରାକ୍ଷୀ ବାନ୍ଧି ନିଶା ନିବାରଣ କ୍ଷୁଦ୍ର ନାଟକକୁ ଭୂୟସୀ ପ୍ରଶଂସା କରିଥିଲେ।  ଶେଷରେ ଏକାଡେମିକ୍ ଡାଇରେକ୍ଟର ଗୋବିନ୍ଦ ମେହେର ଧନ୍ୟବାଦ୍ ଦେଇଥିଲେ। ତୃତୀୟ ପର୍ଯ୍ୟାୟରେ ଯୁକ୍ତଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନା ଆୟୋଜନ କରିଥିଲେ। ଏହି ସଭାରେ ଅଧ୍ୟକ୍ଷଙ୍କ ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମଞ୍ଚାଶୀନ ଥିଲେ ଓ ଛାତ୍ର ଯୁଧିଷ୍ଠିର ବୁଡେକ୍ ମଞ୍ଚ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ଛାତ୍ର ଅର୍ମାନ ଭୋଇ ଧନ୍ୟବାଦ୍ ଦେଇଥିଲେ। ଏହି ନିଆରା ରକ୍ଷାବନ୍ଧନ ପରମ୍ପରାକୁ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହକୁ ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ନେତ୍ରମଣୀ ମେହେର ଧନ୍ୟବାଦ୍ ଦେଇଥିଲେ। ଉପାଧ୍ୟକ୍ଷ ଶ୍ରୀ ବାରିକ ଛାତ୍ରଛାତ୍ରୀ ମାନଙ୍କ ଏହି ଅଭିନବ ପ୍ରୟାସ ଆଗକୁ ବଳବତ୍ତର ରହିବ ବୋଲି ମତ ରଖିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like