-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
19-Aug-2024
(ଡୋଲେଶ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପାତାଲ ଗଙ୍ଗା ପବିତ୍ର ପୀଠ ସ୍ଥଳୀ ରେ ଶ୍ରବଣ ଶେଷ ସୋମବାର ଅନୁଷ୍ଠିତ ହେଉଅଛି। ଜିଲ୍ଲା ତଥା ଜିଲ୍ଲା ବାହାର ଏବଂ ପଡୋଶୀ ରାଜ୍ୟ ଛତିଶଗଡ଼ ରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଜଳ ନେଇ ବୋଲ ବମ୍ବ ଯାତ୍ରା ରେ ଜଳାଭିଷେକ ଯାତ୍ରା ମଧ୍ୟ ଶେଷ ହେବ। ତେଣୁ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ନିଜ ମନସ୍କାମନା ମୁତାବକ ଶିବ ମନ୍ଦିର ରେ ରୁଦ୍ରାଭିଶେକ, ଜଳାଭିଷେକ, ମହାମୃତ୍ୟୁଞ୍ଜୟ ପାଠ କରି ନିଜ ଜୀବନରେ ଥିବା ବାଧା ବିଘ୍ନ ଦୂର୍ କରିବା ସହ ଅନେକ ପ୍ରକାଶ ପୂଜା ଅର୍ଚ୍ଚନା କରିଛନ୍ତି। ମନ୍ଦିର ଟ୍ରଷ୍ଟ ପକ୍ଷ ରୁ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ଭକ୍ତ୍ତଙ୍କ ଭିଡ କୁ ପରିଲକ୍ଷିତ କରି ସୁରକ୍ଷା ବ୍ୟବସ୍ଥା କୁ କଡା କୁଡ଼ି କରିଛନ୍ତି। ଖଡିଆଳ ନରେଶ ଅଗ୍ରୱାଲ ଙ୍କ ଦ୍ଵାରା ନାମ ଯଜ୍ଞା, ସଙ୍କୀର୍ତ୍ତନ ଅନୁଷ୍ଠିତ କରୁଥିବା ବେଳେ ଶ୍ରଦ୍ଧାଳୁ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରିଛନ୍ତି।, ଶିବା ଉପାସନା ମାସ ବୋଲ-ବମ୍ୱ ଭକ୍ତ ଙ୍କ ଜଳାଭିଷେକ ଯାତ୍ରା ଶେଷ ହେବା ସହ ଆସନ୍ତା ବର୍ଷ କୁ ଭକ୍ତ ଅପେକ୍ଷା କରିଥାନ୍ତି।