-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ପଦ୍ମପୁର ଉପ କାରାଗାରରୁ ଫେରାର୍ ୨ କଏଦୀ ଗିରଫ

17-Aug-2024



ପଦ୍ମପୁର(ପ୍ରେରଣା ଖବର) ଗତକାଲି ପୂର୍ବାହ୍ନରେ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା ପଦ୍ମପୁର ଉପ କାରାଗାରର ୨ ଜଣ କଏଦୀଙ୍କୁ ପୁଲିସ୍ ଗିରଫ କରିଥିବା ଓ ପୁଣି ସେମାନଙ୍କୁ ଜେଲ୍ କୁ ଫେରାଇ ଅଣାଯାଇଥିବା ଜଣାଯାଇଛି ।

ପ୍ରକାଶ ଯେ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ୧୫ ମିନିଟ୍ ସମୟରେ ଖାଇବା ପାଇଁ ଆସିବା ବେଳେ  ପଦ୍ମପୁର ଅଞ୍ଚଳର ଖଇରପାଲି ଗ୍ରାମର କପିଳାସ ମାହାର  ଡକାୟତି ଏବଂ ବାଦୀମାଲ ଗ୍ରାମର ତ୍ରିନାଥ ଶବର  ଚୋରି, ଗଣ୍ଡଗୋଳ  ଅଭିଯୋଗରେ ଗିରଫ ହୋଇ ଏହି ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ । ତେବେ ଖାଇବାକୁ ନ ଆସି ପୂର୍ବଯୋଜନା ଅନୁଯାୟୀ, ସେମାନେ ଜେଲ୍ ର ପୂର୍ବଦିଗର ପଛପଟର ପ୍ରାୟ ୨୦ ଫୁଟ୍ ର ପାଚେରୀକୁ ତିନୋଟି ଗାମୁଛା ଓ ଗୋଟିଏ ସାର୍ଟକୁ  ଦଉଡି ପରି ଗୋଟିଏ ପଟେ ଇଟାବାନ୍ଧି ଫିଙ୍ଗି ତାହା ସାହାଯ୍ୟରେ ଚଢି ଡେଇଁ ପଳାଇଥିଲେ । ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଜେଲର ପୁନିରାମ ବାଗ ଦିନ ପ୍ରାୟ ୧୨ଟା ବେଳେ ଗଣତିବେଳେ ଜାଣିବାପରେ ପଦ୍ମପୁର ଥାନାରେ ଏତଲା ଦେଇଥିଲେ । ପଦ୍ମପୁର ଥାନା ଆଇ ଆଇ ସି ମମତା ନାଏକ ସଦଳବଳେ ଘଟଣାସ୍ଥଳ ପରିଦର୍ଶନ ପୂର୍ବକ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲେ । ଜେଲରଙ୍କ କହିବାନୁଯାୟୀ, ସେମାନଙ୍କ ସୂଚନାକୁ ଆଧାର କରି ପୁଲିସ୍ ଗତକାଲି ଘରୁ ଜଣକୁ ଓ ଜଙ୍ଗଲରେ ଲୁଚିଥିବା  ଆରଜଣକୁ ଆଜି ପୁଲିସ୍ ଗିରଫ କରି ପୁଣି ଜେଲ୍ କୁ ଫେରାଇ ଅଣାଯାଇ ଥିବା ପ୍ରକାଶ ।

ଜେଲରଙ୍କ ସୂତ୍ରରୁ ପ୍ରକାଶ ଯେ, ସେ ମାସେ ତଳେ ବରଗଡରୁ ଆସି ଏଠାରେ ଜଏନ୍ କରିଛନ୍ତି । ତେବେ ପୂର୍ବରୁ ଥିବା ଜେଲର ଦଶମୀ ବାଗ ଏଯାବତ୍ ତାଙ୍କ କୌଣସି ଚାର୍ଜ ହସ୍ତାନ୍ତର କରି ନଥିବା ବେଳେ ତାଙ୍କୁ କେବଳ ଓଜିଏଫ ଆଋ -୨ ବା ଆର୍ଥିକ କ୍ଷମତା ଦିଆଯାଇଛି । ଏହି ଉପକାରାଗାରରେ ଉକ୍ତ ଦିନ ୮ ଜଣ ମହିଳା ଓ ୯୮ଜଣ ପୁରୁଷ ଏପରି ମୋଟ ୧୦୬ ଜଣ ଅନ୍ତେବାସୀ ଥିଲେ । ସେମାନେ ଡେଇଁ ପଳାଇଥିବା ପାଚେରୀର ଉଚ୍ଚତା ପ୍ରାୟ ୨୨ ଫୁଟ୍ ରହିବା କଥା ସ୍ଥଳେ ୨୦ ଫୁଟ୍ ରହିଛି । ପୁରୁଣା ଜେଲ୍ ମାନଙ୍କରେ ଏଇଭଳି ବ୍ୟବସ୍ଥା ଥାଏ । 

ଖବର ପାଇ ସମ୍ବଲପୁର ପଶ୍ଚିମାଞ୍ଚଳ ଜେଲ୍ ବିଭାଗର ଡିଆଇଜି କୁଳମଣି ବେହେରା ପଦ୍ମପୁର ଉପକାରାଗାରକୁ ଆସି ଘଟଣାର ଯାଞ୍ଚ କରିଥିଲେ ।  ଏହି ଘଟଣାରେ 'ମାର୍ ମାର୍ ଭଣ୍ଡାରିଆକୁ ମାର୍' ନୀତିରେ ତଳିଆ କର୍ମଚାରୀଙ୍କୁ ବଳି ପକାଇ କର୍ତ୍ତବ୍ୟରେ ଅବହେଳା ନିମନ୍ତେ ଜଣେ ୱାର୍ଡର ଓ ଜଣେ ଚିଫ୍ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି। ଏହି ଜେଲ୍ ରେ ଏହାପୂର୍ବରୁ ଗତ ୨୦୧୯ରେ ଏଭଳି ଜଣେ କଏଦୀ ଫେରାର୍ ହୋଇଯିବା ଘଟଣା ଘଟିଥିଲା। ଏହି ଉପକାରାଗାରର କାପାସିଟି ଅନୁସାରେ କର୍ମଚାରୀ ଅଭାବ ରହିଛି । ଏଣୁ ତୁରନ୍ତ ୧=୬ ଅନୁଯାୟୀ ଷ୍ଟାଫ୍ ନିଯୁକ୍ତି ସହ ପାଚେରୀର ଉଚ୍ଚତା ବଢାଇବାକୁ ଦାବି ହେଉଛି । 

ତେବେ ଏହି ଉପକାରାଗାରରେ ଏବେ ଅନ୍ତେବାସୀଙ୍କୁ ଖାଇବାକୁ କୌଣସି ଠିକାଦାର ନିଯୁକ୍ତ କରାଯାଇନାହିଁ ଓ ଜେଲର ନିଜେ କିଣାକିଣି କରି ମେସ୍ ଚଳାଉଥିବା ପ୍ରକାଶ କରିଛନ୍ତି । ଏଣୁ ନିମ୍ନମାନର ଖାଦ୍ୟ ଯୋଗୁଁ ଅସନ୍ତୁଷ୍ଟ ହୋଇ ଉକ୍ତ କଏଦୀମାନେ ପଳାଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା  ପ୍ରକାଶ କରନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like